Latest Odisha News

BREAKING NEWS

ଜୀବନ ଜୀବିକା ଉଜୁଡିଲେ ଆନ୍ଦୋଳନ

ପୁରୀ: ପୁରୀର ସିପସରୁବାଲି ମୌଜା ଅଞ୍ଚଳରେ ପୁରୀ ପାଇଁ ବିମାନ ବନ୍ଦର ହେବ । ଏନେଇ ଏକ ପ୍ରକାର ସ୍ଥାନ ଚୂଡାନ୍ତ ହୋଇ ସାରିଛି । ତେବେ ଏହି ପ୍ରକଳ୍ପ ନେଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବିରୋଧ ଆରମ୍ଭ କଲେଣି । କାରଣ ସିପସରୁବାଲି ମୌଜା ଅଞ୍ଚଳରେ ଥିବା ଜଙ୍ଗଲକୁ ନେଇ ଆଖ ପାଖ ଅଂଚଳର ୨୫ଗ୍ରାମବାସୀଙ୍କ ଜୀବନ ଜୀବିକା  ।

ଏୟାର ପୋର୍ଟ ସ୍ଥାପନ ଦ୍ୱାରା ଜଙ୍ଗଲ ନଷ୍ଟ ହେବ। ଏହା ଦ୍ୱାରା ସେମାନଙ୍କ ଅର୍ଥନୀତି ପ୍ରଭାବିତ ହେବ। ଏଣୁ ତୁରନ୍ତ ପୁରୀ ଜିଲ୍ଲା ପ୍ରଶାସନ ଓ ସରକାର ସ୍ଥାନୀୟ ବାସିନ୍ଦାଙ୍କ ମତାମତ ତଥା ଜନ ଶୁଣାଣି କରି ପ୍ରକଳ୍ପ କାର୍ଯ୍ୟ କରିବା ସହ କ୍ଷତିଗ୍ରସ୍ତ ଙ୍କୁ ଉପଯୁକ୍ତ ଥଇଥାନ ବ୍ୟବସ୍ଥା ସରକାର କରନ୍ତୁ । ନ ହେଲେ ଜୀବନ ଜୀବିକା ନରହିଲେ ଆନ୍ଦୋଳନର ଦାନା ବାନ୍ଧିବ ବୋଲି ଜଙ୍ଗଲ ପରିବେଶ ସୁରକ୍ଷା ସମିତି ଦାବି କରିଛି । ଏ ନେଇ ସଂଗଠନ ପକ୍ଷରୁ ଏକ ଦାବି ପତ୍ର ପୁରୀ ଜିଲାପାଳଙ୍କୁ ଦିଆଯାଇଛି ।

Leave A Reply

Your email address will not be published.