Latest Odisha News

BREAKING NEWS

କୋଇଲା ଖଣିରେ ଶ୍ରମିକଙ୍କ ଉପରେ ଚଢିଗଲା ବୋଲେରୋ, ୨ ମୃତ

ସୁନ୍ଦରଗଡ:  କୋଇଲା ଖଣିରେ ଅଘଟଣ । ବୋଲେରୋ ଉପରେ ଭାରୀଯାନ ମାଡିଯିବାରୁ ୨ଜଣଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ କୋଇଲା ଖଣିରେ  କାମ କରିବା ବେଳେ ଏପରି ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ଦୁଇଜଣ ହେଲେ   ଉମାକାନ୍ତ ପଟେଲ ଓ ଜଗଦୀଶ ଓରାମ । ଏମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆ ଯାଉଥିଲା । ହେଲେ ବାଟରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ମିଳିଥିବା ସୂଚନା ଅନୁଯାୟୀ,  ଗର୍ଜନବାହାଲ କୋଇଲା ଖଣିର ୬ଜଣ କର୍ମଚାରୀ ସିଫ୍ଟ ସରିବା ପରେ ଘରକୁ ଫେରୁଥିଲେ । ସେମାନେ ଏକ ବୋଲେରୋ ଯୋଗେ ଫେରୁଥିଲେ।  ଖଣି ଭିତରେ ପୋକଲେନଟି କୋଇଲା ଲୋଡିଂ କରୁଥିଲା। ଏହି ସମୟରେ ପୋକଲିନଟି ପଛରେ ଥିବା ବୋଲେରୋ ଉପରେ ମାଡ଼ି ଯାଇଥିଲା। ଫଳରେ ବୋଲେରୋଟି ଓଲଟି ପଡିବାରୁ ଗାଡି ଭିତରେ ଥିବା  ୬ ଜଣଯାକ ଚାପି ହୋଇ ଯାଇଥିଲେ । ଡାକ୍ତରଖାନା ନେବା ବାଟରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ।

 

Leave A Reply

Your email address will not be published.