Latest Odisha News

BREAKING NEWS

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ। ପୁଲିସ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍ କରି ଧମକ ଦେଲା ଯୁବକ। କହିଲା-ମୁଁ ଏକନାଥ ସିନ୍ଦେଙ୍କୁ ଉଡ଼ାଇ ଦେବି। ଏଥିକି କହିବା ପରେ ଯୁବକ ଜଣଙ୍କ ଫୋନ୍ କାଟି ଦେଇଥିଲା। ଗତକାଲି(ଏପ୍ରିଲ ୧୦) ବିଳମ୍ବିତ ସନ୍ଧ୍ୟାରେ ମହାରାଷ୍ଟ୍ର ପୁଲିସ କଣ୍ଟ୍ରୋଲ୍ ରୁମ ନମ୍ବର ୧୧୨କୁ ଏହି ଧମକପୂର୍ଣ୍ଣ କଲ୍ ଆସିଥିଲା।

ତେବେ ଧମକ ମିଳିବା ପରେ ପୁଲିସ ତୁରନ୍ତ ସକ୍ରିୟ ହୋଇଯାଇଥିଲା। କଲ୍ କରିଥିବା ବ୍ୟକ୍ତିର ଲୋକେସନ ଟ୍ରାସ୍ କରି ପୁଣେ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ବ୍ୟକ୍ତିର ନାଁ ରାଜେଶ ଆଗାୱନେ। ପୁଣେର ୱାରଜେ ଅଞ୍ଚଳରୁ ତାକୁ ଗିରଫ କରାଯାଇଛି।

କଲ୍ କରିଥିବା ବ୍ୟକ୍ତି ମୁମ୍ବାଇର ଧରାବୀ ଅଞ୍ଚଳର ହୋଇଥିବା ବେଳେ ବେଳେ ବ୍ୟକ୍ତି ଜଣଙ୍କ ନିଶାରେ ଥାଇ ଏମିତି କଲ୍ କରିଥିବା ଜଣାପଡ଼ିଛି। ରାଜେସ କଲ୍ କରିବା ପରେ ମହାରାଷ୍ଟ୍ର ଏଟିଏସ୍‌ ଓ ମୁମ୍ବାଇ କ୍ରାମଇମ୍‌ବ୍ରାଞ୍ଚ ତାକୁ ଖୋଜାଖୋଜି ଆରମ୍ଭ କରି ଦେଇଥିଲା। କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ରାତିରେ ଧରାବୀ ସ୍ଥିତ ତା ଘରକୁ ବି ଯାଇଥିଲା। କିନ୍ତୁ ସେଠାରେ ରାଜେସ୍କୁ ପାଇନଥିଲା ପୁଲିସ।

ହେଲେ ରାଜେଶର ଲୋକେସନ୍‌ ପୁଣେର ମିଳିବା ପରେ ପୁଣେ ପୁଲିସ ଓ ନାଗପୁର ଏଟିଏସ୍ ଟିମ୍ ତାକୁ ଗିରଫ କରି ତଦନ୍ତ ଜାରି ରଖିଛି। ଏହା ପୂର୍ବରୁ ଶିବସେନା ଉଦ୍ଧବ ବାଲାସାହେବ ଠାକ୍‌ରେ ନେତା ସଞ୍ଜୟ ରାୱତଙ୍କୁ ମଧ୍ୟ ଏମିତି ଜଣେ ହୋଟେଲ ବ୍ୟବସାୟୀ ନିଶାରେ ଫୋନ୍ କରି ଧମକ ଦେଇଥିଲେ। ପରେ ପୁଲିସ ତାକୁ ଗିରଫ କରିଥିଲା।

Leave A Reply

Your email address will not be published.