Latest Odisha News

BREAKING NEWS

ପୋର୍ଟ ନିଷିଦ୍ଧାଞ୍ଚଳରେ ଡମ୍ପର ଓଲଟି ୨ ଡ୍ରାଇଭର ମୃତ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା ଘଟିଛି। ଏଠାରେ ହାଇଓ୍ବାକୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ୍। ଦୁଇଜଣ ହାଇୱା ଡ୍ରାଇଭର ମୃତ। ଦୁଇ ମୃତକ ହେଲେ ଅସ୍ତରଙ୍ଗର ରତ୍ନାକର ସ୍ବାଇଁ ଓ ଷଣ୍ଢକୁଦର ଚନ୍ଦନ ଜେନା।

ଦୁଇ ଡ୍ରାଇଭର ଏକ ବ୍ରେକ୍ ଡାଉନ୍ ହାଇଓ୍ବାର ମରାମତି କାମ କରୁଥିଲେ। ଏହି ସମୟରେ ଏକ ଟ୍ରକ୍ ସେମାନଙ୍କ ଉପରକୁ ମାଡ଼ିଯାଇଥିଲା। ଏହା ଦେଖି ଅନ୍ୟ ଡ୍ରାଇଭର ମାନେ ତାଙ୍କୁ ସେଠାରୁ ବାହାର କରି ସଙ୍ଗେ ସଙ୍ଗେ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଧକ୍କା ଦେଇଥିବା ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛନ୍ତି।

ବନ୍ଦର ନିଷିଦ୍ଧାଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ରାତି ତିନିଟାରୁ ପ୍ଲଟକୁ ପଣ୍ୟ ପରିବହନ ସମ୍ପୁର୍ଣ୍ଣ ବନ୍ଦ ରହିଛି। ହାଇଓ୍ବା ଡ୍ରାଇଭରମାନେ ବନ୍ଦରର ୧,୨,୩ ଓ ୪ ନମ୍ବର ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି।

Comments are closed.