Latest Odisha News

ସମୁଦ୍ରରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ: ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ ବେଳେ ଦୁଇଜଣ ପର୍ଯ୍ୟଟକଙ୍କ ମୃତ୍ୟୁ। ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ। ପୁରୀ ମେଡିକାଲରେ ଦୁଇ ପର୍ଯ୍ୟଟକଙ୍କୁ ମୃତ ଘୋଷଣା କଲେ ଡାକ୍ତର। ସମୁଦ୍ରରେ ସ୍ନାନ କରୁଥିବା ବେଳେ ଘଟିଛି ଏଭଳି ଅଘଟଣ। ରିପ କରେଣ୍ଟ ଓ ଉଚ୍ଚ ଜୁଆରରେ ପଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି l

ସୂଚନା ଅନୁସାରେ ଆଜି କିଛି ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଉଥିବା ସମୟରେ ହଠାତ୍ ସେମାନେ ସମୁଦ୍ରର ପାଣି ସୁଅରେ ଭାସିଯାଇଥିଲେ । ଯାହାକୁ ଦେଖି ଘଟଣାସ୍ଥଳରେ ଥିବା ଲାଇଫ ଗାର୍ଡମାନେ ତୁରନ୍ତ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତୁରନ୍ତ ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସମୁଦ୍ରରେ ବୁଡ଼ିବା ଲାଗି ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମେଡିକାଲରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ସେହିପରି ଗତକାଲି ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ବୁଡ଼ି ଯାଇଥିଲେ ପର୍ଯ୍ୟଟକ । ସମୁଦ୍ର କୂଳ ସେକ୍ଟର ୧୪ରେ ଏଭଳି ଅଘଟଣ ଘଟିଥିଲା । ସେଠାରେ ଥିବା ଲାଇଫ୍ ଗାର୍ଡ ମାନେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବହୁ ଖୋଜାଖୋଜି କରିବା ପରେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

Leave A Reply

Your email address will not be published.