Latest Odisha News

ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡି  ୨ ବୋଝିଆ ଗୁରୁତର

ପୁରୀ:ଶ୍ରୀମନ୍ଦିରରେ ମହାପ୍ରସାଦ ବୁହାବେଳେ ଅଘଟଣ ।  ଭୋଗମଣ୍ଡପ ଘରୁ ପାଟଅଗଣା ଦେଇ ଆନନ୍ଦବଜାରକୁ ବୁହାଯାଉଥିଲା ମହାପ୍ରସାଦ ।   ଗୋଡ଼ ଖସି ଯିବାରୁ ବୋଝିଆଙ୍କ ଉପରେ ପଡିଗଲା ଗରମ ଡାଲି  ।   ଗୁରୁତର ହୋଇପଡିଛନ୍ତି ୨ ବୋଝିଆ । ସେମାନଙ୍କୁ  ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ବ୍ରହ୍ମଗିରିର ପ୍ରଦୀପ କୁମାର ସାହୁ ଓ ତଳଜଙ୍ଗର ପପି ପ୍ରଧାନ।

ବୋଝିଆମାନେ ଆନନ୍ଦ ବଜାରକୁ ମହାପ୍ରସାଦ ନେଉଥିବାବେଳେ ପପି ପ୍ରଧାନ ନେଉ ଯାଉଥିବା ବୋଝରେ ଗରମ ଡାଲି ଥିଲା।  କେମିତି କେଜାଣି ଭୋଗମଣ୍ଡପ ଘର ବାହାର ପାହାଚରେ ତାଙ୍କ ଗୋଡ଼ ଖସି ଯାଇଥିଲା।  ସେ ତଳେ ପଡ଼ି ଯାଇଥିଲେ। ତାଙ୍କ ସହ ଅନ୍ୟ ଏକ ବୋଝରେ ମହାପ୍ରସାଦ ନେଇ ଆସୁଥିଲେ ପ୍ରଦୀପ । ଏହି ଗରମ ଡାଲି ବୋଝ ତାଙ୍କ ଗୋଡ଼ ଉପରେ ପଡ଼ି ଯାଇଥିଲା। ଫଳରେ ପ୍ରଦୀପଙ୍କ ଗୋଡ଼ ସମ୍ପୂର୍ଣ୍ଣ ଫୋଟକା ହୋଇଯାଇଛି।

ଏହାବ୍ୟତୀତ ପପିଙ୍କ ଗୋଡ଼ରେ ଗରମ ଡାଲି ପଡ଼ିବାରୁ ଫୋଟକା ହୋଇଯାଇଛି ।  ପପି ପାହାଚରେ ପଡ଼ିଯବାରୁ  ଗୋଡରେ  କ୍ଷ୍ ମଧ୍ୟ ହୋଇଛି ।

Comments are closed.