Latest Odisha News

BREAKING NEWS

ଅଧ୍ୟାଦେଶ ବିରୋଧରେ କେଜ୍ରିୱାଲଙ୍କ ସହ ସ୍ୱର ମିଳାଇଲେ କେସିଆର୍

ହାଇଦ୍ରାବାଦ: ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ କେଜ୍ରିୱାଲ୍ ସମର୍ଥନ ଜୁଟାଇବାରେ ଲାଗିଛନ୍ତି । ମହାରାଷ୍ଟ୍ର ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ତେଲଙ୍ଗାନା ଯାଇ ହାଇଦ୍ରାବାଦରେ କେସିଆରଙ୍କୁ ଭେଟିଛନ୍ତି ।

କେସିଆର୍ ଓ କେଜ୍ରିୱାଲ୍ ଆଲୋଚନା କରିଥିବା ବେଳେ ଅଧ୍ୟାଦେଶ ବିରୋଧରେ ଆପକୁ ସମର୍ଥନ କରିଛନ୍ତି କେ. ଚନ୍ଦ୍ରଶେଖର ରାଓ । କେସିଆର୍ କହିଛନ୍ତି, କେନ୍ଦ୍ର ସରକାର ଅଧ୍ୟାଦେଶ ଫେରାଇ ନେବା ଆବଶ୍ୟକ । ଏହି ଅବସରରେ କେଜ୍ରିୱାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ୍ ବି ଉପସ୍ଥିତ ଥିଲେ ।

ମିଳିତ ସାମ୍ବାଦିକ ସମ୍ମିଳନୀରେ କେସିଆର୍ କହିଛନ୍ତି, ପିଏମ୍ ମୋଦି ଅଧ୍ୟାଦେଶକୁ ଫେରାଇ ନିଅନ୍ତୁ । ଏବେର ସମୟ ଜରୁରୀକାଳୀନ ସ୍ଥିତି ଠାରୁ ଆହୁରି ଖରାପ । ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରଙ୍କୁ କେନ୍ଦ୍ର କାମ କରିବାକୁ ଦେଉ ନାହିଁ । ଅଣ-ବିଜେପି ସରକାରକୁ କାମ କରିବାକୁ କେନ୍ଦ୍ର ଦେଉ ନାହିଁ । ଦିଲ୍ଲୀରେ ଆପ୍ ବହୁତ ଲୋକପ୍ରିୟ ବୋଲି କହିଛନ୍ତି କେସିଆର୍ ।

କେସିଆର୍ ଆହୁରି କହିଛନ୍ତି, ଆପ୍ ନଗର ନିଗମ ନିର୍ବାଚନ ଜିତିଛି । ବିଜେପି କାମରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ସୁପ୍ରିମକୋର୍ଟ ଯିବାକୁ ପଡ଼଼ିଲା । ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ ନୁହେଁ ଦିଲ୍ଲୀ ସରକାରଙ୍କ ଅନୁସାରେ, ଅଧିକାରୀ କାମ କରିବେ । ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ସମ୍ମାନ କରାଯାଇ ନାହିଁ । ଏହା ଜନାଦେଶର ଅପମାନ । ଅଧ୍ୟାଦେଶ ଫେରାଇ ନ ନେଲେ ଆମେ ଏକାଠି ଲଢ଼ିବୁ ।

Leave A Reply

Your email address will not be published.