ଢେଙ୍କାନାଳ: ଝାଡ଼ବନ୍ଧ ରୁରୁଙ୍ଗଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନାରେ ବଡ ଅଘଟଣ। ରୁଙ୍ଗଟା ମାଇନ୍ସ କମ୍ପାନୀର ୯ ନଂ କିଲନରେ ଆଇନରନ ପ୍ଲେଟ ପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ୩ଜଣ ଗୁରୁତର ଥିବା ସୂଚନା ମିଳିଛି। ମୃତ ଦୁଇ ଶ୍ରମିକ ହେଲେ ସ୍ଥାନୀୟ ମହାଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କନ୍ତାମିଲା ଗ୍ରାମର ଜିତେନ ବେହେରା ଓ ପୁରନ୍ଦର ବେହେରା
ଗୁରୁତରମାନଙ୍କ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି।
ସୂଚନାନୁସାରେ, ଶୁକ୍ରବାର ପ୍ଲାଣ୍ଟର ଡିଆରଆଇ ସାଇଟ ଉପରେ ଇରେକ୍ସନ କାମ ଚାଲିଥିବାବେଳେ ଏକ ବଡ଼ ଲୁହ ପ୍ଲେଟ ତଳକୁ ଖସି ପଡ଼ିଥିଲା। ଫଳରେ ତଳେ କାମ କରୁଥିବା ୫ ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ୫ଜଣଙ୍କୁ କଟକର ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ଏହି ଅଘଟଣ ପରେ କାରଖାନାରେ ଡିଆରଆଇ ପ୍ଲାଣ୍ଟ ସାଇଟରେ ଶ୍ରମିକମାନେ କାମ ବନ୍ଦ କରିଛନ୍ତି। ଯାହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି।
Comments are closed.