Latest Odisha News

ଜମ୍ମୁ-କଶ୍ମୀରେ ଖାଇକୁ ଖସିଲା ଗାଡ଼ି, ୭ ପର୍ଯ୍ୟଟକ ମୃତ

ଜମ୍ମୁ-କଶ୍ମୀର: ଶ୍ରୀନଗର-ଲେହ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା। ଜୋଜିଲା ଦରେ ଅଞ୍ଚଳରେ ଖାଇକୁ ଭ୍ଯାନ ଖସି ୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ କେରଳର ବୋଲି ଜଣାପଡିଛି। ସମସ୍ତେ ଜମ୍ମୁ କଶ୍ମୀର ବୁଲିବା ପାଇଁ ଆସିଥିଲେ। ଦୁର୍ଘଟଣା ବେଳେ ଟ୍ୟାକ୍ସିରେ ଡ୍ରାଇଭର ସମେତ ୮ ଜଣ ଥିବା ସୂଚନା ମିଳିଛି । ଜଣେ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ପରେ ସୋନମର୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

କେରଳରୁ ଆସିଥିବା ସମସ୍ତ ପର୍ଯ୍ୟଟକ ସୋନମର୍ଗ ଯାଉଥିଲେ। ଜୋଜିଲା ଦରେରେ ଟ୍ୟାକ୍ସି ପହଞ୍ଚିବା ପରେ ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା। ଘଟଣାସ୍ଥଳରେ ୪ ଜଣ ଓ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.