Latest Odisha News

BREAKING NEWS

ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରିବା ବେଳେ ଦୁର୍ଘଟଣା, ବାଇକରୁ ପଡ଼ି ବାପା ମୃତ

ସୁବର୍ଣ୍ଣପୁର: ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରୁଥିଲେ ବାପା। ହେଲେ ବାଟରେ ଦୁର୍ଘଟଣା ଘଟି ବାପାଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମେଘଳା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ। ମୃତ ବ୍ୟକ୍ତି ଜଣଙ୍କ କବିରାଜ ପୋଢ଼।

ସୂଚନା ଅନୁସାରେ କବିରାଜ ପୋଢ ନିଜ ଝିଅ ଘର ସାରଙ୍ଗପାଲି ଗାଁକୁ ସାବିତ୍ରୀ ଭାର ଦେବାକୁ ଯାଇଥିଲେ। ହେଲେ ଆଜି ସକାଳେ ବାଇକ ଯୋଗେ ସେ ନିଜ ଘରକୁ ଫେରୁଥିଲେ। ହେଲେ ସାହାଜବାହାଲ ଗାଁ ନିକଟ ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ଧାନ ଗଦାକୁ ଧକ୍କା ଦେଇଥିଲା। ଫଳରେ କବିରାଜ ଛିଟିକି ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ କବିରାଜଙ୍କର ମୃତ୍ୟୁ ଘଟିଲା।

ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ କବିରାଜଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

 

Comments are closed.