Latest Odisha News

BREAKING NEWS

ଦୁର୍ଘଟଣାରେ ଚାଲିଗଲେ ବାପା, ମା ଓ ଝିଅ : ହସ୍ପିଟାଲ୍‌ ବେଡ୍‌ରେ ମୃତ୍ୟୁ ସହ ଲଢ଼ୁଛି ୧୫ ମାସର ପୁଅ

ବଲାଙ୍ଗୀର: ବଲାଙ୍ଗୀରରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି । ଗୋଟିଏ ପରିବାର ପୁରା ଛାରଖାର ହୋଇଯାଇଛି। ସ୍ୱାମୀ, ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ୧୫ ମାସର ଜୀବନ ସହ ସଂଘର୍ଷ କରୁଛି। ବଲାଙ୍ଗିର ଜିଲ୍ଲା ଦେଓଗାଁ ରାସ୍ତା ସିଂହଖମନ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା।
ଟିଟିଲାଗଡ ବ୍ଲକ୍‌ ଅନ୍ତର୍ଗତ ଉଡାର ଗାଁର ସରୋଜ ପଶାୟତ ଗତକାଲି ପରିବାର ସହ ବାଇକରେ ଯାଉଥିଲେ । ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସକାଳୁ  ବାହାରିଥିଲେ। ତେବେ ସିଂହଖମନ ଛକ ଠାରେ ବଲାଙ୍ଗିରରୁ ଟିଟିଲାଗଡ଼ ପଟକୁ ଯାଉଥିବା ଏକ ବସ୍‌ ସହ  ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସରୋଜ ପ୍ରାଣ ହରାଇଥିଲେ।  ସରୋଜଙ୍କ ପତ୍ନୀ କରିସ୍ମା,   ୩ ବର୍ଷର ଝିଅ ରମ୍ୟା ଓ ୧୫ ମାସର ପୁଅ ରେୟାଂଶଙ୍କୁ  ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସେଠାରେ କରିସ୍ମା  ଓ ରମ୍ୟା ଆଖି ବୁଜି ଦେଇଥିଲେ।  ଏବେ ହସ୍ପିଟାଲ୍‌ ବେଡ୍‌ରେ  ଜୀବନ ସହ ସଂଗ୍ରାମ କରୁଛି ୧୫ ମାସର ପୁଅ ରେୟାଂଶ।

Comments are closed.