Latest Odisha News

BREAKING NEWS

ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଇନ୍ଧନ ସଙ୍କଟ, ଏପ୍ରିଲ ୧୫ରୁ ମେ’ ୩୧ ପର୍ଯ୍ୟନ୍ତ…

ଝାରସୁଗୁଡ଼ା: ଇରାନ, ଇଜରାୟଲ ଓ ଆମେରିକା ଲାଗି ରହିଥିବା ଯୁଦ୍ଧ ଯୋଗୁଁ ଚାରିଆଡ଼େ ଏବେ ଇନ୍ଧନ ସଙ୍କଟ ଦେଖାଦେଇଛି । ଯେଉଁ କାରଣରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଇନ୍ଧନ ସଙ୍କଟ କାରଣରୁ ଏପ୍ରିଲ ୧୫ ତାରିଖରୁ ମେ’ ମାସ ୩୧ ତାରିଖ ପର୍ଯ୍ୟନ୍ତ କୌଣସି ଉଡାଣ ହେବ ନାହିଁ ବୋଲି ସୂଚନା ରହିଛି ।

ଝାରସୁଗୁଡ଼ା ଦେଇ ଭୁବନେଶ୍ଵର ଏବଂ ହାଇଦ୍ରାବାଦ ସିଧାସଳଖ ବିମାନସେବା ଏବଂ ବେଙ୍ଗାଲୁରୁ କୁ କନେକଣ୍ଟିଂ ଫ୍ଲାଇଟ ଯୋଗାଇ ଆସୁଥିବା ଷ୍ଟାର୍ ଏୟାର ଆସନ୍ତା ୧୫ ତାରିଖ ଠାରୁ ମେ ୩୧ ତାରିଖ ଯାଏଁ ବିମାନସେବା ଏହି ସେକ୍ଟରରେ ବନ୍ଦ ରଖିବ ବୋଲି ଜଣାପଡ଼ିଛି । ଏହାକୁ ନେଇ ଷ୍ଟାର ଏୟାର ପକ୍ଷରୁ ବିମାନ ବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ମାଧ୍ୟମରେ ଜଣାଇଦିଆ ଯାଇଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ଏହାକୁ ନେଇ ଷ୍ଟାର ଏୟାରର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଏହି ବିଷୟରେ ଆଲୋଚନା କରି କିଭଳି ଭାବେ ଝାରସୁଗୁଡ଼ାରୁ ଷ୍ଟାର ଏୟାର ପକ୍ଷରୁ ଚାଲୁଥିବା ବିମାନ ବନ୍ଦ ନହେଉ ସେନେଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବି ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ଉପେନ୍ଦ୍ରନାଥ ଧାଉଣ୍ଡିଆ ।

Comments are closed.