ଭୁବନେଶ୍ବର: ୨୦୨୭ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବାକୁ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏପ୍ରିଲ ଶେଷ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି । ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ସଂରକ୍ଷଣ ସ୍ଥିର କରିବାକୁ ନିର୍ଦ୍ଦେଶ ।
ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟରେ ସଂରକ୍ଷଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ ତାରିଖ ଭିତରେ ଅଭିଯୋଗ ଆବେଦନ ଏବଂ ୨୪ ତାରିଖ ସୁଦ୍ଧା ଅଭିଯୋଗ ଶୁଣାଣି କରି ୨୯ ସୁଦ୍ଧା ଚୂଡ଼ାନ୍ତ ସଂରକ୍ଷଣ ତାଲିକା ନିର୍ବାଚନ କମିଶନକୁ ଜଣାଇବେ ।

ସେହିପରି ଜିଲ୍ଲା ପରିଷଦ ସଦସ୍ୟରେ ସଂରକ୍ଷଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ ତାରିଖ ଭିତରେ ଅଭିଯୋଗ ଆବେଦନ ଏବଂ ୨୭ ତାରିଖ ସୁଦ୍ଧା ଅଭିଯୋଗ ଶୁଣାଣି କରି ୨୯ ତାରିଖ ସୁଦ୍ଧା ସରକାରଙ୍କ ଅନୁମୋଦନ କ୍ରମେ ୩୦ସୁଦ୍ଧା ଚୂଡ଼ାନ୍ତ ସଂରକ୍ଷଣ ତାଲିକା ନିର୍ବାଚନ କମିଶନକୁ ଜଣାଇବେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ୧୩ରେ ଚିଠା ବିଜ୍ଞପ୍ତି ଏବଂ ୨୯ରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ।
Comments are closed.