Latest Odisha News

BREAKING NEWS

ବଲାଙ୍ଗୀର ସମ୍ବଲପୁର ରାସ୍ତାରେ ଟ୍ରକକୁ ପିଟିଲା କାର: ଚାଲିଗଲା ୫ ଜୀବନ, ୨ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗୀର: ବଲାଙ୍ଗୀର ସମ୍ବଲପୁର ରାସ୍ତାରେ ଏକ ହୋଟେଲ ନିକଟରେ ଟ୍ରକକୁ ପିଟିଲା କାର । ଚାଲିଗଲା ୫ ଜୀବନ। ଏବେ ୨ ମହିଳା ଗୁରୁତର ହୋଇ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ମୃତକମାନେ ବଲାଙ୍ଗୀର ଜଗନ୍ନାଥପଡାର। ଦୁର୍ଘଟଣାଟି ରାତି ୧୦ଟା ୩୦ ସମୟରେ ହୋଇଥିବା ସୂଚନା ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ମାରୁତି ସ୍ପିଫ୍ଟ କାରରେ ମୋଟ୍ ୭ ଜଣ ଥିଲେ। ଦ୍ରୁତ ଗତିରେ ଆସୁଥିଲା କିନ୍ତୁ ଟ୍ରକଟି ଏକ ଲେନରୁ ବାହାରୁଥିବା ବେଳେ କାରଟି ଆସି ପିଟି ହୋଇଥିଲା। ଏହାପରେ ଦୁର୍ଘଟଣା ସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ଘଟିଛି ।

ପରେ ଖବର ପାଇ ପୋଲିସ ଓ ଅଗ୍ନିଶମ ଟିମ୍ ଆସି କାର ଭିତରୁ ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ପରେ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲା। ହେଲେ ସେଠାରେ ଡାକ୍ତର କାର ଭିତରେ ଥିବା ୫ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି । ୨ ଗୁରୁତରଙ୍କୁ ବଲାଙ୍ଗୀର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ଏବେ ଦୁର୍ଘଟଣାର ଶିକାର ହୋଇଥିବା କାରଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ କାରଟିର ବେଗ ନିୟନ୍ତ୍ରଣ ବାହାରେ ଥିଲା । ଖବର ଲେଖା ହେବା ସୁଦ୍ଧା ମୃତକଙ୍କ ପରିଚୟ ହସ୍ତଗତ ହୋଇପାରି ନାହିଁ।

Leave A Reply

Your email address will not be published.