Latest Odisha News

BREAKING NEWS

ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ, ଟପ୍ ୫୦ ତାଲିକାରେ ଓଡ଼ିଶାର ୨ ଜଣ

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ନିଟ୍ ୟୁଜି ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରାୟ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ୍ କୋର୍ସରେ ନାମ ଲେଖାଇବା ପାଇଁ ନିଟ୍ ୟୁଜି ଏଣ୍ଟ୍ରାନ୍ସ ଦେଇଥିଲେ । ନିଟ୍ ୟୁଜି ରେଜଲ୍ଟ https://neet.nta.nic.in/, https://ntaresults.nic.in./ୱେବସାଇଟରେ ଦେଖି ହେବ ।

ନିଟରେ ଓଡ଼ିଶାର ୨୮ ହଜାର ୩୩୦ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଟପ୍ ୫୦ ତାଲିକାରେ ଓଡ଼ିଶାରୁ ୨ ଜଣ ଅଛନ୍ତି । ଅଷ୍ଟମ ସ୍ଥାନରେ ଓଡ଼଼ିଶାର ସ୍ୱୟଂଶକ୍ତି ତ୍ରିପାଠୀ ରହିଥିବା ବେଳେ ୩୫ତମ ସ୍ଥାନରେ ସୂର୍ଯ୍ୟପ୍ରତାପ ମିଶ୍ର ରହିଛନ୍ତି । ଟପ୍-୨୦ ମହିଳା ତାଲିକାରେ ଓଡ଼ିଶାର ଅଭିପ୍ସା ଚୌଧୁରୀ ଅଛନ୍ତି ।

ଚଳିତବର୍ଷ ନିଟରେ ଯୁଗ୍ମ ଟପ୍ପର ହୋଇଛନ୍ତି ତାମିଲନାଡ଼ୁର ଜେ. ପ୍ରଭଞ୍ଜନ, ଆନ୍ଧ୍ରର ବୋରାବରୁଣ ଚକ୍ରବର୍ତ୍ତୀ । ଚଳିତବର୍ଷ ନିଟ୍ ୟୁଜି ଏଣ୍ଟ୍ରାନ୍ସ ଦେଶର ୪୯୯ ସହର ଭାରତ ବାହାରେ ୧୪ଟି ସହରରେ ହୋଇଥିଲା । ୪୦୯୭ କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଓଡ଼ିଶାର ୨୭ଟି ସହରରେ ଅନୁଷ୍ଠିତ ହୋଇଥିଲା ନିଟ୍ ୟୁଜି ପରୀକ୍ଷା । ଭୁବନେଶ୍ୱରରେ ୩୧ଟି ପରୀକ୍ଷା କେନ୍ଦ୍ର ହୋଇଥିଲା ।

Leave A Reply

Your email address will not be published.