କେନ୍ଦୁଝର : ତେଲକୋଇ କାଞ୍ଜିପାଣି ଘାଟିରେ ଦୁର୍ଘଟଣା । ଅଟୋ ଓଲଟି ଜଣେ ୫ବର୍ଷର ଶିଶୁ ସହିତ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ଆହତ ଶିଶୁ ଜଣକ ପିଟାନାଳୀ ଗାଁର ମିନା ଜୁଆଙ୍ଗଙ୍କ ୫ବର୍ଷର ପୁଅ ଜୀତେନ୍ଦ୍ର ଜୁଆଙ୍ଗ । ସେହିପରି ଅନ୍ୟମାନେ ହେଲେ ଅଟୋ ଡ୍ରାଇଭର ବଳରାମ ଜୁଆଙ୍ଗ, ରଶବତୀ ଦେହୁରୀ ଓ ଜଗତା ଜୁଆଙ୍ଗ । କାଞ୍ଜିପାଣିରୁ ପିଟାନାଳି ଗାଁକୁ ସମସ୍ତେ ଅଟୋରେ ଆସୁଥିବା ବେଳେ କାଞ୍ଜିପାଣିରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ କଂକ୍ରିଟ ବାଡକୁ ଧକ୍କା ଦେଇଥିଲା । ଅଟୋ ଡ୍ରାଇଭର ଓ ଶିଶୁର ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
BREAKING NEWS
- Brown Sugar Seizure: ବ୍ରାଉନସୁଗାର ସହ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ, ୨ ଅଭିଯୁକ୍ତ ଅଟକ
- Bhitarkanika: ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି; ୨୦ଟି ଧଳା କୁମ୍ଭୀର…
- ଜାନୁଆରୀ ୨୧ରୁ ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ ଆରମ୍ଭ…
- ସରିଗଲା କି ଜାଡେଜାଙ୍କ ଦିନିକିଆ କ୍ୟାରିୟର
- ଖଣି ମନ୍ତ୍ରୀଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନିଜର ଦକ୍ଷତାର ପ୍ରମାଣ ଦିଅନ୍ତୁ: ବିଜେଡି
- ବଦଳିବ ଓଡ଼ିଶା ସରକାରଙ୍କ ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ
- ଅନୀସ ବଜମୀଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଅକ୍ଷୟ କୁମାର, ବିଦ୍ୟା ବାଲାନ
- Majhighariani Temple: ସରିଲା ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି; ଏତିକି କୋଟି ଟଙ୍କା ସହ ବିଦେଶୀ ନୋଟ ମିଳିଲା
- ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ନୀତିନ ନବୀନ
- From Il-78 to MRTT: IAFକୁ ମିଳିବ ନୂତନ ଶକ୍ତି; ୬ଟି MRTT ବିମାନ କ୍ରୟକୁ ମିଳିଲା ମଞ୍ଜୁରୀ
Comments are closed.