Latest Odisha News

BREAKING NEWS

ଡ୍ରଗ୍ସ କେସ: କାଲିକୁ ଘୁଂଚିଲା ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣୀ

ମୁମ୍ବାଇ: ଡ୍ରଗ୍ସ କେସ ମାମଲାରେ ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କୁ ଆଜି(୨୭ା୧୦) ବି ଜାମିନ ମିଳିଲା ନାହିଁ । ବମ୍ବେ ହାଇକୋର୍ଟ ଆସନ୍ତା କାଲି ୩ଟା ବେଳେ ଏ ନେଇ ଶୁଣାଣୀ କରିବେ । ଉଭୟ ପକ୍ଷ ସେମାନଙ୍କ ଯୁକ୍ତି କୋର୍ଟରେ ଉପସ୍ଥାପନ କରିଛନ୍ତି । ଅକ୍ଟୋବର ୨ରେ କ୍ରୁଜ ରେଭ ପାର୍ଟି ମାମଲାରେ ଆର୍ଯ୍ୟନ ଗିରଫ ହୋଇଥିଲେ । ଏବେ ତାଙ୍କୁ ଆର୍ଥର ରୋଡ ଜେଲରେ ରଖାଯାଇଛି । ପୂର୍ବରୁ ସେସନ କୋର୍ଟ ଏବଂ ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଥିଲେ ।

BjdElectrycity

ଏନସିବି ଆର୍ଯ୍ୟନଙ୍କ ଜାମିନ ସପକ୍ଷରେ ନାହିଁ । ଏହା ଦ୍ୱାରା ତଦନ୍ତରେ ବାଧାପ୍ରାପ୍ତ ହେବ ବୋଲି ଏନସିବି ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଆର୍ଯ୍ୟନଙ୍କୁ ଜାମିନ କିପରି ମିଳିବ ସେ ନେଇ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗି ଜୋରସୋରରେ ଉଦ୍ୟମ ଜାରୀ ରଖିଛନ୍ତି ।

Leave A Reply

Your email address will not be published.