Latest Odisha News

BREAKING NEWS

ମେକ୍ସିକୋରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା; ୧୭ ମୃତ, ୨୨ ଆହତ

ମେକ୍ସିକୋ: ଆମେରିକାର ପଡୋଶୀ ଦେଶ ମେକ୍ସିକୋରେ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ପଶ୍ଚିମ ମେକ୍ସିକୋର ରାଜପଥ ନିକଟରେ ଏକ ଯାତ୍ରୀବାହୀ ବସ ଖାଲରେ ପଡ଼ିଯାଇଛି। ଦୁର୍ଘଟଣାରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ୨୨ ଜଣ ଆହତ ହୋଇଛନ୍ତି। କୁହାଯାଉଛି ବସ୍‌ରେ ୬ ଭାରତୀୟଙ୍କ ସମେତ ୪୦ ଜଣ ଯାତ୍ରୀ ଥିଲେ।

କୁହାଯାଉଛି ଏହି ବସଟି ଯାତ୍ରୀଙ୍କୁ ନେଇ ତିଜୁଆନା ଅଭିମୁଖେ ଯାଉଥିଲା। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ନାୟରିଟ ରାଜ୍ୟ ସୁରକ୍ଷା ଏବଂ ନାଗରିକ ପ୍ରତିରକ୍ଷା ସଚିବ ଜର୍ଜ ବେନିଟୋ ରୋଡ୍ରିଗୁଏଜ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। କାରଣ ଏହି ଖାଲଟି ପ୍ରାୟ ୫୦ ମିଟର (୧୬୪ ଫୁଟ) ଗଭୀର ଥିଲା। ମୃତକଙ୍କ ମଧ୍ୟରେ ୧୪ ବୟସ୍କ ଏବଂ ତିନଟି ଶିଶୁ ଅଛନ୍ତି। ଅଧିକାରୀ କହିଛନ୍ତି ଯେ ରାଜ୍ୟ ରାଜଧାନୀ ବାହାରେ ଏକ ରାଜପଥରେ ବେରଙ୍କା ବ୍ଲେଙ୍କା ନିକଟରେ ଏହି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏହାପୂର୍ବରୁ ଗତ ମାସରେ ଦକ୍ଷିଣ ରାଜ୍ୟ ଓକ୍ସାକାଠାରେ ଏକ ବସ୍ ଦୁର୍ଘଟଣାରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଫେବୃଆରୀରେ ଦକ୍ଷିଣ ଏବଂ ମଧ୍ୟ ଆମେରିକାରୁ ଆସିଥିବା ଏକ ବସ୍ କେନ୍ଦ୍ରୀୟ ମେକ୍ସିକୋରେ ଦୁର୍ଘଟଣାଗ୍ରସ୍ତ ହୋଇ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା।

Comments are closed.