Latest Odisha News

BREAKING NEWS

ଇଭିଏମ ହ୍ୟାକ୍ କରିବାକୁ ଚେଷ୍ଟା କରୁଛି ବିଜେପି: ମମତା ବାନାର୍ଜୀ

କୋଲକତା: ଆଗକୁ ଆସୁଛି ଲୋକସଭା ନିର୍ବାଚନ। ନିର୍ବାଚନ ଜିତିବା ଲକ୍ଷ୍ୟରେ ସମସ୍ତ ଦଳର ଚାଲିଛି ଜୋରଦାର ପ୍ରସ୍ତୁତ। ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ ଦଳ। ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ମିଳିତ ମଞ୍ଚ ‘ଇଣ୍ଡିଆ’ ୨୦୨୪ ଲୋକସଭା ନିର୍ବାଚନରେ ​​ଜିତିବ ବୋଲି ଦାବି କରିଛନ୍ତି । ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ଯେ ନିର୍ବାଚନରେ ​​ଜିତିବା ପରେ ଆମର ମିଳିତ ମଞ୍ଚ ଦେଶର ଲୋକଙ୍କ ପାଇଁ କାମ କରିବ।

ଟିଏମସି ମୁଖ୍ୟ ମମତା ବାନାର୍ଜୀ କୋଲକାତାର ରାଜ୍ୟ ସଚିବାଳୟରେ କହିଛନ୍ତି ଯେ ମିଳିତ ମଞ୍ଚ ଜିତିବ ଏବଂ ସରକାର ଗଠନ କରିବା ସହ ଭାରତ ଦେଶକୁ ଧ୍ୱଂସ, ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ବେକାରୀରୁ ରକ୍ଷା କରିବ। ସେହିପରି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନରେ ଜିତିବା ପାଇଁ ଭାଜପା ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ)କୁ ହ୍ୟାକ କରିବାକୁ ଚେଷ୍ଟା କରୁଛି। ଏହାର ପ୍ରମାଣ ମଧ୍ୟ ମିଳିଛି। ଆମେ ଅଧିକ ପ୍ରମାଣ ପାଇବାକୁ ଚେଷ୍ଟା କରୁଛୁ।

ମମତା ବାନାର୍ଜୀ ଦାବି କରିଛନ୍ତି ଯେ ବିଜେପି ହିଂସା ପଥ ଅନୁସରଣ କରୁଛି। ଦେଶକୁ ବଞ୍ଚାଇବ ବିରୋଧୀ ଦଳର ମିଳିତ ମଞ୍ଚ ‘ଇଣ୍ଡିଆ’। ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର କୌଣସି ଗୁରୁତ୍ୱ ନାହିଁ। ଆମର ଉପସ୍ଥିତି ସମଗ୍ର ଦେଶରେ ରହିଛି ବୋଲି ମମତା କହିଛନ୍ତି।

Leave A Reply

Your email address will not be published.