Latest Odisha News

BREAKING NEWS

ସୁନ୍ଦରଗଡ଼ ସ୍କାନ୍ ଷ୍ଟିଲରେ ଅଘଟଣ, ଫର୍ଣ୍ଣେସ ବିସ୍ଫୋରଣରେ ୩ କର୍ମଚାରୀ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଗଙ୍ଗାଜଳ ଠାରେ ଥିବା ସ୍କାନ ଷ୍ଟିଲ କାରଖାନାରେ ଅଘଟଣ । ଫର୍ଣ୍ଣେସ ବିସ୍ଫୋରଣରେ ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଆହତଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ କାରଖାନାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉନଥିବାରୁ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଆଜି ସକାଳ କାରଖାନାର ଫର୍ଣ୍ଣେସ ବିସ୍ଫୋରଣ ହୋଇଥିଲା । ଫଳରେ ୩ ଜଣ ଆହତ ହୋଇଥିଲେ । ତେବେ କିପରି ଏଭଳି ଅଘଟଣ ଘଟିଲା, ତାହା ତଦନ୍ତ ପରେ ଜଣାପଡିବ । ଏହାସହ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି କାରଖାନା ଓ ବାଷ୍ପିତ୍ର ବିଭାଗର ଉପ ନିର୍ଦ୍ଦେଶକ । ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବିଭିନ୍ନ କାରଖାନାରେ ଗତ ୪ ବର୍ଷରେ ବିଭିନ୍ନ ଦୁର୍ଘଟଣାରେ ୪୧ ଜଣ ଶ୍ରମିକଙ୍କ ମୃତ୍ୟୁ ହେଲାଣି । ସେହିପରି ୨୬ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ, ଶତାଧିକ ଶ୍ରମିକ ଆହତ ହୋଇଥିବାରୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି ।

Comments are closed, but trackbacks and pingbacks are open.