Latest Odisha News

BREAKING NEWS

ବିଜେପି ଛାଡିଲେ ମନୋହର ପାରିକରଙ୍କ ପୁଅ ଉତ୍ପଳ, ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ

ପାଣାଜୀ: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ମନୋହର ପାରିକରଙ୍କ ପୁତ୍ର ଉତ୍ପଳ ବିଜେପି ଛାଡିଛନ୍ତି । ପାଣାଜୀରୁ ସେ ବିଜେପି ପକ୍ଷରୁ ଟିକେଟ ପାଇବେ ବୋଲି ଆଶା କରିଥିଲେ । ମାତ୍ର ଏହା ନ ମିଳିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ସ୍ୱାଧୀନ ଭାବେ ଉକ୍ତ ଆସନରୁ ସେ ଲଢ଼ିବେ । ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହି ଘଟଣା ପରେ ଉତ୍ପଳଙ୍କୁ ଦଳରେ ମିଶିବା ପାଇଁ ସ୍ୱାଗତ କରିଥିଲେ ।

BjdElectrycity

ସେହିପରି ଉତ୍ପଳ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଲେ ଶିବସେନା ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିଛି । ମନୋହର ପାରିକର ପ୍ରତିଦ୍ୱନ୍ଦ୍ୱୀ ବାବୁଶ ମୋନସରାଟେଙ୍କୁ ଦଳ ପ୍ରାର୍ଥୀ କରିଛି । ବର୍ତମାନ ବିଜେପି ଏ ନେଇ କେଉଁ ପଦକ୍ଷେପ ଗ୍ରହଣ କରୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Comments are closed, but trackbacks and pingbacks are open.