ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦୁର୍ଘଟଣା । କାର୍କୁ ଘୋଷାଡ଼ି ନେଇଗଲା ହାଇୱା । ରାଜଧାନୀ ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ ପରିସ୍ଥିତି। ପାୱାରହାଉସ ଛକ ଟ୍ରାଫିକ ପୋଷ୍ଟରେ ଛିଡ଼ା ହୋଇଥିବା କାରକୁ ଧକ୍କା ଦେଲା ହାଇୱା । ରେଡ୍ ସିଗନାଲ ଥିବାରୁ କାରଟି ଟ୍ରାଫିକ୍ ପୋଷ୍ଟରେ ଛିଡା ହୋଇଥିବା ବେଳେ, ଅଚାଚନକ ଆସି ଧକ୍କା ଦେବା ସହ କାରକୁ ୨୦ମିଟର ଯାଏ ଘୋଷାଡ଼ି ନେଇଥିଲା । କାର୍ରେ ଚାଳକ ଥିଲେ ବି ସୌଭାଗ୍ୟବଶତଃ କିଛି କ୍ଷତି ହୋଇନି । ସେପଟେ ରାତିସାରା ଅନିଦ୍ରା ହୋଇ ଗାଡି ଚଳାଉଥିବାରୁ ଜାଣିପାରିନଥିବା କହିଛନ୍ତି ହାଇୱା ଡ୍ରାଇଭର । ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିବା ସହ ହାଇୱା ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।