ଭୁବନେଶ୍ୱର: ଖଣ୍ଡଗିରି ନିକଟ ଆଇଗିଣିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେଲରର କଣ୍ଟେନର ଖସି ଯିବାରୁ ବଡ଼ ଧରଣର ଦୁର୍ଘଟଣା ହୋଇଛି । ଏଥିର ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ହେଲପର । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରାଯାଇଛି । କଣ୍ଟେନର ବୋଝେଇ ଟ୍ରେଲରଟି ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିଲା । ଏତିକିବେଳେ ଆଇଗିଣିଆ ଛକ ପାଖରେ ଥିବା କଣ୍ଟେନର ଚେନ୍ ଛିଣ୍ଡିଯିବାରୁ ଟ୍ରେଲର ଇଞ୍ଜିନ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ଡ୍ରାଇଭର ପ୍ରାଣ ହରାଇଛନ୍ତି । ମୃତାହତଙ୍କ ପରିଚୟ ମିଳିନାହିଁ । ଦୁର୍ଘଟଣା ପରେ ଏହି ରାସ୍ତାରେ କିଛି ସମୟ ବାଧାପ୍ରାପ୍ତ ହୋଇତିଲା ଗାଡ଼ିମୋଟର ଚଳାଚଳ ।
BREAKING NEWS
- ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬
- Trump Urges Australia: ଇରାନ ମହିଳା ଫୁଟବଲ୍ ଦଳକୁ ଶରଣ ଦିଏ… ଟ୍ରମ୍ପ ଅଷ୍ଟ୍ରେଲିଆକୁ କାହିଁକି କଲେ ଅପିଲ?
- First time in History: ପ୍ରଥମ ଥର ଲାଗି ବ୍ଲୁ ଫ୍ଲାଗ୍ ବିଚରେ ଅଲିଭ ରିଡଲେ; ଦେଲା ୧୧୪ ଅଣ୍ଡା
- ଏଥର ଦୁର୍ଗାପୂଜାରେ ପରଦାକୁ ଆସିବ ଆକ୍ସନ୍, ଥ୍ରିଲର୍ ଫିଲ୍ମ “ମୋନଷ୍ଟର୍: ଦ ଅଲ୍ଟିମେଟ୍’
- ଆର୍ଥିକ ସଙ୍କଟରେ ପାକିସ୍ତାନ, ସାଉଦି ଆରବକୁ ମାଗିଲା ସହାୟତା
- Odisha Mobile Network: ଆଜି ବି ପହଞ୍ଚି ପାରିନାହିଁ ନେଟ୍ୱର୍କ…୧୨୩୭ ଗାଁରେ ମୋବାଇଲ୍ ସେବା ଠପ୍
- ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ଚାଲିଗଲା ଜୀବନ
- ଗତ ୨୪ ଘଣ୍ଟା ମଧ୍ୟରେ ଦୁର୍ଘଟଣାରେ ୧୪ ମୃତ;ବାଇକ- ଟ୍ରକ ଧକ୍କାରେ ଗଲା ୫ଜୀବନ
- ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୋଧରେ ଥିବା ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବାକୁ ନିର୍ଦ୍ଦେଶ
- ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ
Comments are closed.