Latest Odisha News

ଶିକାର ବେଳେ ଅଘଟଣ; ଭିଣୋଇର ଗୁଳିମାଡ଼ରେ ଶଳା ମୃତ

ଗଜପତି: ଶିକାର ବେଳେ ଅଘଟଣ। ଭିଣୋଇର ଗୁଳିମାଡ଼ରେ ଶଳା ମୃତ। ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭାଲିଆଗଣି ଗ୍ରାମ୍ୟ ଜଙ୍ଗଲରେ ଜନ୍ତୁ ଶିକାର ବେଳେ ଏହି ଗୁଳିମାଡ଼ ହୋଇଛି। ଏହା ହେଉଛି ବିଳମ୍ବିତ ରାତିର ଘଟଣା। ମୃତକ ହେଲେ କୈଳାସ ନାୟକ।

ସୂଚନା ଅନୁଯାୟୀ, ଭାଲିଆଗଣି ଗାଁର ପ୍ରାୟ ୧୦ଜଣ ଲୋକ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ। ରଜ ପାଇଁ ଜଙ୍ଗଲକୁ ବାରହା ଶିକାର କରି ଗାଁରେ ଭୋଜି ଭାତର ଆସର ହୋଇଥାନ୍ତା। ହେଲେ ଶିକାରକୁ ଯାଇ ଭିଣୋଇ ଉଦୟ ନାୟକଙ୍କ ବନ୍ଧୁକ ଗୁଳିରେ ଶଳା କୈଳାସ ନାୟକଙ୍କ ମୃତ୍ୟୁ ଘଟିଛି।

କୈଳାସଙ୍କ ଛାତିରେ ୨ ରାଉଣ୍ଡ ଗୁଳି ବାଜିଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଭିଣୋଇ ଉଦୟ ନାୟକକୁ କାବୁ କରିବା ସହ ଦେଶି ବନ୍ଧୁକ ଜବତ କରିଛି ।

 

Leave A Reply

Your email address will not be published.