Latest Odisha News

BREAKING NEWS

ରିୟାଙ୍କ କଲ ରେକର୍ଡରେ ମୁମ୍ବାଇ ପୋଲିସ ଅଫିସରଙ୍କ ନାମ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ କେସରେ ରିୟା ଚକ୍ରବର୍ତିଙ୍କ ଅସୁବିଧା ବଢ଼ିବାରେ ଲାଗିଛି । କଲ ରେକର୍ଡରେ ରିୟା ବାନ୍ଦ୍ରା ଡିସିପି ଅଭିଷେକ ତ୍ରିମୁଖେଙ୍କ ଯୋଗାଯୋଗରେ ଥିବା ଜଣାପଡିଛି । ମହାରାଷ୍ଟ୍ର ପୋଲିସ ସୁଶାନ୍ତ କେସକୁ ଚାପିବାର ରହସ୍ୟ ଧିରେ ଧିରେ ଖୋଲିବାକୁ ଲାଗିଛି । ପୂର୍ବରୁ ବିହାର ପୋଲିସ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ମୁମ୍ବାଇ ପୋଲିସ ପକ୍ଷରୁ ରିୟାଙ୍କୁ ସହଯୋଗ ମିଳୁଥିବା କହିଥିଲେ ।

ରିୟା କଲ ଡିଟେଲରୁ ଏହା ଏବେ ସ୍ପଷ୍ଟ ହୋଇଛି । ସେହିପରି କଲ ଡିଟେଲ୍ସରେ ସୁଶାନ୍ତ ଅପେକ୍ଷା ରିୟା ମ୍ୟାନେଜର ଶ୍ରୁତି ମୋଦି ଏବଂ ସାମୁଏଲ ମିରାଣ୍ଡାଙ୍କୁ ବାରମ୍ବାର ଫୋନ କରିଥିବା ଜଣାପଡିଛି । ଓଭରାଲ ରିୟା ଓ ସୁଶାନ୍ତ ଫୋନରେ ୧୪୭ ଥର କଥା ହୋଇଛନ୍ତି । ଅପରପକ୍ଷରେ ଶ୍ରୁତି ସହ ୮୦୮ ଓ ସାମୁଏଲ ସହ ୨୮୯ ଥର କଥା ହୋଇଛନ୍ତି । କଲ ରେକର୍ଡରେ ମହେଶ ଭଟ୍ଟଙ୍କ ନାମ ମଧ୍ୟ ଆସିଛି ।

Leave A Reply

Your email address will not be published.