Latest Odisha News

BREAKING NEWS

ମ୍ୟାଡାମ ୪୨୦, ତାଳଚେରରେ ଡାକ୍ତରଙ୍କଠାରୁ ଟଙ୍କା ଠକେଇ ଅଭିଯୋଗରେ ଗିରଫ

ତାଳଚେର: ମହଙ୍ଗା ପଡିଲା ଅବସରପ୍ରାପ୍ତ ହୋମିଓ ପାଥିକ ଡାକ୍ତରଙ୍କଠାରୁ ସାଢେ ୪ ଲକ୍ଷ ଟଙ୍କା ଠକିବା ଘଟଣା । ପୋଲିସ ନିକଟରେ ଅଭିଯୋଗ ହେବା ପରେ ପୋଲିସ ଯୁବତୀଙ୍କୁ ଗିରଫ କରିଛି । ଘଟଣାଟି ଘଟିଛି ତାଳଚେର ଅଂଚଳରେ ।

ସୂଚନା ଅନୁଯାୟୀ, ଗିରଫ ଯୁବତୀଙ୍କ ନାଁ ଦୀପା ଓରଫ ସୁପ୍ରିୟା ସ୍ୱାଇଁ । ଦୀପା ଭିନ୍ନ ଭିନ୍ନ ସମୟରେ ନିଜ ନାଁ ପରିବର୍ତ୍ତନ କରି ଲୋକମାନଙ୍କୁ ବିଭିନ୍ନ ସମୟରେ ଠକିଆସୁଥିଲେ । କେତେବେଳେ ସେ ନିଜକୁ ଫ୍ୟାଶନ ଡିଜାଇନର ତ କେତେବେଳେ ଫାଇନାନ୍ସ କମ୍ପାନିର ଏଜେଣ୍ଟ ବୋଲି ନିଜକୁ ପରିଚୟ ଦେଇଥାନ୍ତି ।

ତେବେ ସୁପ୍ରିୟା କିଛି ଦିନ ତଳେ ବାଘୁଆଚୋଲ ଅଂଚଳର ଅବସରପ୍ରାପ୍ତ ହୋମିଓପ୍ୟାଥିକ ଡାକ୍ତର ବିଜୟ ପ୍ରଧାନଙ୍କ ସହ ନିଜ ଚିହ୍ନା ହୋଇଥିଲେ । ନିଜକୁ ଏକ ଫାଇନାନ୍ସ କମ୍ପାନିର ଏଜେଣ୍ଟ ବୋଲି ସେ ଡାକ୍ତରଙ୍କ ଆଗରେ ପରିଚୟ ଦେଇଥିଲେ । ତେବେ ନିଜ କଥା ଚାତୁରୀରେ ସେ ଡାକ୍ତରଙ୍କ ଏଟିଏମ୍ କାର୍ଡ ଓ ପିନ ନମ୍ବର ସଂଗ୍ରହ କରି ନେଇଥିଲେ ।

ତେବେ ବିଭିନ୍ନ ସମୟରେ ସୁପ୍ରିୟା ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇଥିଲେ । ଡାକ୍ତର ବାବୁ ଯେତେବେଳେ ଜାଣିଲେ ଯେ ତାଙ୍କ ଆକାଉଣ୍ଟରୁ ୪ ଲକ୍ଷ ୫୭ ହଜାର ୩୮୫ ଟଙ୍କା ଉଠା ସରିଛି ତାଙ୍କ ହୋସ୍ ଉଡି ଯାଇଥିଲା । ସଙ୍ଗେ ସଙ୍ଗେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ପୋଲିସ ଏହି ୪୨୦ ମ୍ୟାଡାମଙ୍କୁ ଗିରଫ କରିଛି ।

Leave A Reply

Your email address will not be published.