ବ୍ରହ୍ମପୁର: ବ୍ରହ୍ମପୁର ସହର ବଡବଜାର ଥାନା ଅନ୍ତର୍ଗତ ବଡବଜାର ମୁଖ୍ୟଛକରେ ଥିବା ଏକ ସୁନା ଦୋକାନରୁ ଚୋରୀ କରିଥିବା ଅଭିଯୋଗରେ ପୁଲିସ୍ ସୁନା ଦୋକାନରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଓ ସେଲ୍ସମ୍ୟାନ୍କୁ ଗିରଫକରିଥିବା ନେଇ ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି। ବଡବଜାର ମୁଖ୍ୟରାସ୍ତାରେ ପି.ଭେଙ୍କେଟରାଓ ପାତ୍ର ନାମକ ଜଣେ ବ୍ୟବସାୟୀ ରାମା ଜୁଏଲର୍ସ ନାମରେ ଏକ ଦୋକାନକରି ଦୀର୍ଘ ବର୍ଷହେଲା ସୁନା ବ୍ୟବସାୟ କରୁଥିଲେ। ତେବେ ଦୋକାନରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ବ୍ରହ୍ମପୁର ଗେଟ୍ବଜାର କାଶୀନଗର ପ୍ରଥମ ଲାଇନ୍ର ନିରଞ୍ଜନ ଦାସ(୪୨) ଓ ସେଲ୍ସମ୍ୟାନ୍ ଭାବେ କାର୍ଯ୍ୟରତ ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ରାଜେନ୍ଦ୍ର ସେଠୀ(୩୪) ଦୁହେଁ ମିଶି ଦୀର୍ଘ ୮ମାସ ହେଲା ଦୋକାନରୁ ସୁନା ଗହଣା ଚୋରୀକରି ନେଉଥିଲେ। ତେବେ ମାଲିକ ହିସାବ ମାଗିବା ବେଳେ ଆକାଉଣ୍ଟାଣ୍ଟ ଯାହା ହିସାବ ଦିଅନ୍ତି ତାକୁ ବିଶ୍ୱାସକରି ନିଅନ୍ତି ମାଲିକ। ତେବେ ଗତ ୨୫ତାରିଖ ଦିନ ଷ୍ଟକ୍ ଥିବା ସୁନା ଗହଣା କମ୍ ଥିବା ଜାଣିପାରି ଆକାଉଣ୍ଟାଣ୍ଟଙ୍କୁ ପଚାରିବା ବେଳେ ହିସାବ ଦେବାବେଳେ ତାଳମେଳ ରହିଲା ନାହିଁ। ଏପରିକି ଦୀର୍ଘ ୭ବର୍ଷଧରି ଦୁହେଁ ସୁନା ଦୋକାନରେ କାର୍ଯ୍ୟ କରୁଥିବା ଯୋଗୁ ଦୋକାନରୁ ଚୋରୀ ହେବା ଘଟଣାକୁ ସହଜରେ ବିଶ୍ୱାସ କରିପାରିଲେ ନାହିଁ। ଗତ ୨୫ତାରିଖରେ ସୁନା ହିସାବ କରିବା ବେଳେ ୪୭୫.୬୮ଗ୍ରାମ ସୁନା କମ୍ ଥିବା ଜାଣିବାକୁ ପାଇଥିଲେ। ଏହା ଜଣାପଡିବା ପରେ ଚାଲାକର ସହ ଲୁଟ୍ କରିଥିବା ଆକାଉଣ୍ଟାଣ୍ଟ ଓ ସେଲ୍ସମ୍ୟାନ୍ ଦୋକାନକୁ ଆସିନଥିଲେ। ପରେ ଗତ ୩୦ତାରିଖରେ ଭେଙ୍କେଟ ରାଓ ବଡବଜାର ଥାନାରେ ଅଭିଯୋଗ କରିବାପରେ ପୁଲିସ୍ ନିରଞ୍ଜନ ଓ ରାଜେଶକୁ ଥାନାକୁ ଆଣି ପଚରା ଉଚୁରା କରିଥିଲେ। ପରେ ସେମାନେ ଦୀର୍ଘ ୮ମାସଧରି ଦୋକାନରୁ ସୁନା ଚୋରୀ କରୁଥିବା ସେମାନେ ମାନିଥିଲେ ମଧ୍ୟ ଲୁଟ୍ ସୁନା ଦେଇନ ପାରିବାରୁ ପୁଲିସ୍ ତାଙ୍କୁ ଗିରଫକରି କୋର୍ଟଚାଲାଣ କରିଥିବା ଜଣାପଡିଛି।
BREAKING NEWS
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ

Comments are closed.