Latest Odisha News

BREAKING NEWS

ମୁହଁ ଖୋଲିଲେ ଆୟେଶା, କହିଲେ ସୋଏବଙ୍କ ସହ ତାଙ୍କର ସମ୍ପର୍କ କ’ଣ

ଇସଲାମବାଦ: ଭାରତର ଟେନିସ ପ୍ଲେୟାର ସାନିଆ ମିର୍ଜା ଏବଂ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ମଲ୍ଲିକଙ୍କ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା । ସାନିଆଙ୍କୁ ତଲାକ ଦେବେ କି ସୋଏବ ? ବାନ୍ଧବୀ ତଥା ପାକିସ୍ତାନୀ ଅଭିନେତ୍ରୀ ଆୟେଶା ଓମରଙ୍କୁ ବିବାହ କରିବେ କି ?ଏମିତି କିଛି ଆଶଙ୍କାକୁ ନେଇ ଫ୍ୟାନ୍ସ ମାନେ ଦ୍ଵନ୍ଦ୍ବରେ ଥିବାବେଳେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ସୋଏବଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ମୁହଁ ଖୋଲଛନ୍ତି ନିଜେ ଆୟେଶା ।

ଆୟେଶାଙ୍କୁ ନେଇ ସାନିଆ-ସୋଏବ ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟ ଅନେକ ଦିନରୁ ଶୁଣିବାକୁ ମିଳୁଥିଲା । ଏପରିକି ଦୁହେଁ ତଲାକ ନେବା ପାଇଁ ନିଷ୍ପତ୍ତି ନେଇ ସାରିଥିବା ଚର୍ଚ୍ଚା ହେଉଥିଲା । ଖାଲି ଔପଚାରିକ ଘୋଷଣା ବାକି ଥିଲା ବୋଲି କୁହାଯାଉଥିଲା । ତେବେ ପାକ ଟିଭିରେ ଏହି ଷ୍ଟାର ଦମ୍ପତିଙ୍କର ରିଅଲିଟି ସୋ “ ମିର୍ଜା ମଲ୍ଲିକ’’ ଉଭୟଙ୍କୁ ବାନ୍ଧି ରଖିଥିଲା ।

ସୋଏବ ଆୟେଶାଙ୍କ ନିକଟତର ହେବା ପରେ ଷ୍ଟାର ଦମ୍ପତିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଏମିତି ବି ଶୁଣା ଯାଉଥିଲା, ସୋଏବ ସାନିଆଙ୍କୁ ତଲାକ ଦେଇ ଆୟେଶାଙ୍କୁ ବିବାହ କରିବେ । ଗତବର୍ଷ ସୋଏବ-ସାନିଆ ଏକାଠି ଏକ ମାଗାଜିନର ଫଟୋ ସୁଟ କରିଥିଲେ । ତା ପରଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେବାରେ ଲାଗିଥିଲା । ଏସବୁ ବିବାଦ ଭିତରେ ଆୟେଶାଙ୍କର ଏକ ପୁରୁଣା କମେଣ୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସୋଏବଙ୍କ ସହ ତାଙ୍କ ସମ୍ପର୍କର ଖୁଲାସା କରିଛନ୍ତି । ଉଭୟଙ୍କର ଭବିଷ୍ୟତ ଯୋଜନା କ’ଣ ସେ ସମ୍ପର୍କରେ ମଧ୍ୟ  କହିଛନ୍ତି । ଏପରିକି ସାନିଆଙ୍କ ସମ୍ପର୍କରେ ମଧ୍ୟ କହିଛନ୍ତି ।
ପ୍ରକୃତ କଥା ହେଲା, ଗତବର୍ଷ ଫଟୋ ସୁଟ୍ ପରେ ଅନେକ ନିର୍ଦ୍ଦେଶକ ଆୟଶୋଙ୍କୁ ସମାଲୋଚନା କରିଥିଲେ । ସେ କହିଥିଲେ ତାଙ୍କ ଲାଗି ସୋଏବ-ସାନିଆଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଛି । ଏପରିକି ଫ୍ୟାନମାନେ ତାଙ୍କୁ ପ୍ରଶ୍ନ କରିଥିଲେ ସେ ସୋଏବଙ୍କୁ ବିବାହ କରିବାକୁ ଯାଉଛନ୍ତି କି ?
ଆୟେଶା ଏହା ଉପରେ ପ୍ରତିକ୍ରିୟା ରଖି କହିଥିଲେ, ବିଲକୁଲ ନୁହେଁ । ସୋଏବ-ସାନିଆ ବୈବାହିକ ଜୀବନ ସୁନ୍ଦର । ସେ ଉଭୟଙ୍କୁ ଖୁବ ସମ୍ମାନ କରନ୍ତି । ସୋଏବ ଆଉ ସେ ଭଲ ବନ୍ଧୁ । ଉଭୟ ଉଭୟଙ୍କର ଭଲ ଚାହାନ୍ତି । ଦୁନିଆରେ ଏମିତି ଅନେକ ସମ୍ପର୍କ ରହିଛି । ଆୟେଶାଙ୍କର ଏହି କମେଣ୍ଟ ର ସ୍କ୍ରିନସଟ୍ ବେଶ ଭାଇରାଲ ହୋଇଛି ।
ଅନ୍ୟପକ୍ଷେ ସାନିଆଙ୍କ ୩୬ତମ ଜନ୍ମଦିନରେ ସୋଏବ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଇନ୍‌ଷ୍ଟାଗ୍ରାମରେ ସୋଏବ ଲେଖିଛନ୍ତି, ଆଜିର ଦିନକୁ ଏନ୍‌ଜଏ କର । ଏପରିକି ସାନିଆଙ୍କର ସୁସ୍ଥ ଏବଂ ଖୁସି ଭରା ଜୀବନର କାମନା ମଧ୍ୟ କରିଥିଲେ ସୋଏବ ।

Leave A Reply

Your email address will not be published.