Latest Odisha News

BREAKING NEWS

ତମଣ୍ଡୋ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା କମିଶନରେଟ୍ ପୋଲିସ

ଭୁବନେଶ୍ବର: ଗତକାଲି ତମାଣ୍ଡୋ ଅଞ୍ଚଳରେ ହୋଇଥିବା ଛତିଥରା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ୍। ମଦ ନିଶାରେ ନିଜର ରାଗକୁ ନିୟନ୍ତ୍ରଣ କରିନପାରି ଏଭଳି କାଣ୍ଡ ଭିଆଇଛି ହତ୍ୟାକାରୀ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ଦେଉଛନ୍ତି ବୌଦ୍ଧ ଜିଲ୍ଲାର ରଞ୍ଜନ ଦୀପ। ତେବେ ଅଭିଯୁକ୍ତ ଜଣଙ୍କ ନାଁରେ ପୂର୍ବରୁ ୩ଟି ସଙ୍ଗୀନ ଅଭିଯୋଗ ରହିଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଗତକାଲି ତମାଣ୍ଡୋ ଥାନା ଅର୍ନ୍ତଗତ ରେତଙ୍ଗ ରୋଡର ଖୋର୍ଦ୍ଧା ଅଞ୍ଚଳର ସୁଶାନ୍ତ ଶତପଥୀଙ୍କ ମୃତଦେହ ମିଳିଥିଲା।

ସୂଚନା ଅନୁସାରେ, ତମାଣ୍ଡୋ ରେତଙ୍ଗ ଅଞ୍ଚଳରେ ରହୁଥିଲେ ମୃତକ ସୁଶାନ୍ତ ଏବଂ ରଞ୍ଜନ । ମୃତକ ସୁଶାନ୍ତ ଶତପଥୀ ରୋଷେୟା କାମ କରୁଥିବାବେଳେ ତାଙ୍କ ସାଙ୍ଗ ରଞ୍ଜନ ମିସ୍ତ୍ରୀ କାମ କରୁଥିଲେ । ଦୁହେଁ ଗୋଟିଏ ଘରେ ଭଡାରେ ରହୁଥିଲେ ।ଗୁରୁବାର ରାତିରେ ଉଭୟ ନିଶାଶକ୍ତ ଅବସ୍ଥାରେ ଥିଲେ। କିଛି କରଣକୁ ନେଇ ସେଦିନ ଉଭୟଙ୍କ ଭିତରେ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ରାଗରେ ଏକ ଲୁହା ରଡରେ ସୁଶାନ୍ତକୁ ପିଟି ପିଟି ହତ୍ୟା କରିଥିଲା ରଞ୍ଜନ । ହତ୍ୟା ପରେ ସୁଶାନ୍ତr ମୃତଦେହକୁ ନେଇ ରାସ୍ତା କଡାରେ ଫିଙ୍ଗି ଦେଇ ଆସିଥିଲା । ଏହି ଘଟଣାର ଯାଞ୍ଚ ପରେ ପୋଲସି ଘଟଣାର ପ୍ରକୃତ ତଥ୍ୟ ପ୍ରକାଶ କରିଛି।

Leave A Reply

Your email address will not be published.