Latest Odisha News

BREAKING NEWS

ନାବାଳିକା ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଗିରଫ

କୋରାପୁଟ: କୋରାପୁଟରେ ଲଜ୍ଜା । ନାବାଳିକା ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା କୋରାପୁଟର ସନ୍ତୋଷ ଡଙ୍ଗାୟତ (୨୦) ।

ପୋଲିସ ସୁଚନା ଅନୁଯାଇ, ଜୟପୁର ସହରର ନବମ ଶ୍ରେଣୀ ପଢୁଥିବା ଜଣେ ନାବାଳିକାକୁ ଅପହରଣ ହୋଇଥିବା ନେଇ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହାପରେ ପୋଲିସ ରାୟଗଡାରୁ ଅଭିଯୁକ୍ତ କୁ ଗିରଫ କରି ନାବାଳିକାକୁ ଉଦ୍ଧାର କରିଥିଲା ।

ଡାକ୍ତରୀ ମାଇନା ପରେ ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ଟାଉନ ଥାନା ଦାୟିତ୍ୱରେ ଥିବା ସଦର ଥାନା ଅଧିକାରୀ ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି ।

Comments are closed.