Latest Odisha News

BREAKING NEWS

ପ୍ରେମିକାକୁ ସ୍ପିରିଟ୍ ଢ଼ାଳି ଜାଳିଦେବା ଘଟଣା, ଅଭିଯୁକ୍ତ ପ୍ରେମିକକୁ କୋର୍ଟ ଚାଲାଣ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପ୍ରତାପପୁରରେ ପ୍ରେମିକାକୁ ସ୍ପିରିଟ ଢ଼ାଳି ଜାଳିଦେବା ଘଟଣାରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁକୁ କୋର୍ଟ ଚାଲାଣ କରିଛି ପୋଲିସ । ଘଟଣା ଦିନ ମୃତ ପ୍ରେମିକା ଶୁଭସ୍ମିତାଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ନେଇଥିଲା ପୋଲିସ । ପ୍ରେମିକ କୃଷ୍ଣଚନ୍ଦ୍ର ସାହୁ ସ୍ପିରିଟ୍ ଢ଼ାଳି ତାଙ୍କୁ ଜାଳି ଦେବାକୁ ଉଦ୍ୟମ କରିଥିଲା ବୋଲି ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଥିଲେ ଶୁଭସ୍ମିତା । ଏହାକୁ ଆଧାର କରି ପୋଲିସ ଅଭିଯୁକ୍ତ କୃଷ୍ଣଚନ୍ଦ୍ରର ମୋବାଇଲ ଟ୍ରାକ୍ କରି ଥାନାରେ ଅଟକ ରଖି ପଚରାଉଚରା କରିଥିଲା ।

ତେବେ ଏହି ଘଟଣାରେ ସେ ସଂପୃକ୍ତି ନଥିବା ଓ କିଛି ଜାଣି ନଥିବା ପୋଲିସ ଆଗରେ କହିଛି ପ୍ରେମିକ କୃଷ୍ଣଚନ୍ଦ୍ର । ଅଧିକ ତଦନ୍ତ ପାଇଁ ପୋଲିସ ଦୁଇ ଜଣିଆ ଟିମ୍ ଗଠନ କରିଛି । ଗୋଟିଏ ଟିମ୍ ପ୍ରେମିକା କାମ କରୁଥିବା ମୁଜାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଓ ଅନ୍ୟ ଏକ ଟିମ ପ୍ରେମିକାର ଘରକୁ ଯାଇ ତଦନ୍ତ କରିଛନ୍ତି । ଏହାସହ ପୁରୁଷୋତ୍ତମପୁରରୁ ପ୍ରତାପପୁର ରାସ୍ତାରେ ଥିବା କିଛି ସିସିଟିଭି ଭିଜୁଆଲ ମଧ୍ୟ ଯାଞ୍ଚ କରିଛି ପୋଲିସ । ଘଟଣାର ତିନି ଦିନ ପରେ ଆଜି ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁକୁ ପୋଲିସ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.