Latest Odisha News

BREAKING NEWS

ଆସାମ ଓ ମିଜୋରାମ ମଧ୍ୟରେ ବଢୁଛି ବିବାଦ

ଗୌହ୍ବାଟି : ଦିନକୁ ଦିନ ଆସାମ ଓ ମିଜୋରାମ ମଧ୍ୟରେ ବଢିବାରେ ଲାଗିଛି ବିବାଦ । ସୀମାରେ ସ୍ଥିତି ସ୍ବାଭାବିକ ଥିବା ବେଳେ ଦୁଇ ରାଜ୍ୟର ସରକାର ଏବେ ସ୍ଥିତି ଉପରେ ନଜର ରଖିଛନ୍ତି । ସେପଟେ ଆକ୍ସନ୍ ମୁଡକୁ ଆସିଛନ୍ତି ଆସାମ ସରକାର । ଆସାମବାସୀଙ୍କ ପାଇଁ ଆସାମ ସରକାର ଏକ ଗାଇଡଲାଇନ୍ ଜାରି କରିଛନ୍ତି । ଆସାମବାସୀ ମିଜୋରମ ନଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆସାମ ସରକାର ।

ସେହିଭଳି ମିଜୋରାମରେ ରହୁଥିବା ଆସାମ ଲୋକ ନିଜ ପ୍ରତି ଧ୍ୟାନ ଦେବାକୁ ଗାଇଡଲାଇନରେ କୁହାଯାଇଛି । ସୀମାରେ ମଧ୍ୟ ଯାଞ୍ଚ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ମିଜୋରାମରୁ ଆସୁଥିବା ସମସ୍ତ ଗାଡି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ରହିଛି । ମିଜୋରାମରୁ ଦୈନିକ ମାଦକ ଦ୍ରବ୍ୟ ଆସୁଥିବା ଖବର ମିଳିବା ପରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପୁରା ଘଟଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ମିଜୋରାମ ସରକାର । ଆସାମ ସରକାରଙ୍କ ଏଭଳି ଗତିବିଧି ଉପରେ ନଜର ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅପିଲ୍ କରିଛନ୍ତି ମିଜୋରାମ ସରକାର । ପ୍ରଥମ ଥର ପାଇଁ କୌଣସି ଏକ ରାଜ୍ୟ ଆଉ ଏକ ରାଜ୍ୟ ବିରୋଧରେ ଏଭଳି ଆଭିମୁଖ୍ୟ ଗ୍ରହଣ କରିଛି । ସୀମାରେ କେନ୍ଦ୍ରୀୟ ସୁରକ୍ଷାବଳ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.