Latest Odisha News

BREAKING NEWS

ଡ୍ରାଇଭର୍ ରଚିଥିଲା ଏଟିଏମ୍ ଭ୍ୟାନ୍ ଅପହରଣ ନାଟକ

ବ୍ରହ୍ମପୁର: ଡ୍ରଇଭର୍ ୪୨୦ । ଯେଉଁ ଏଟିଏମ୍ ଟଙ୍କା ଭର୍ତ୍ତି ଭ୍ୟାନ୍ ଚଳାଉଥିଲା ତାକୁ ଅପହରଣ କରି ଟଙ୍କା ଲୁଟ୍ କରିବାକୁ ମାଷ୍ଟରପ୍ଲାନ୍ କରିଥିଲା । ସହଯୋଗୀଙ୍କୁ ନେଇ ଅପରହଣ ନାଟକ ରଚିଥିଲା । ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରୁ ଏଟିଏମ୍ ଟଙ୍କା ଭର୍ତ୍ତି ଭ୍ୟାନକୁ ଅପହରଣ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଭ୍ୟାନ୍ ଡ୍ରାଇଭର ଓ ତାର ତିନି ସହଯୋଗୀଙ୍କୁ ବାନ୍ଧିଛି ବଡ଼ବଜାର ଥାନା ପୋଲିସ ।

ଡ୍ରାଇଭର ଆଶିଷ ଦିଗାଲ ଉପରେ ପୋଲିସର ସନ୍ଦେହୀ ଆଖି ବୁଲୁଥିଲା । ତାକୁ ମାରାଥନ୍ ପଚରାଉଚରା କରିଥିଲା ପୋଲିସ । ପ୍ରଶ୍ନବାଣର ସାମନା କରି ନପାରି ଶେଷରେ ସତ ଉଗାଳିଥିଲା ଡ୍ରାଇଭର୍ । ୩ ସହଯୋଗୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଜବତ ହୋଇଛି ୨୧ ଲକ୍ଷ ଟଙ୍କା ।

ତିନି ଦିନ ତଳେ ବଡ଼ବଜାର ଥାନା ଅଞ୍ଚଳରେ ଥିବା ଏକ୍ସିକ ବ୍ୟାଙ୍କରେ ଟଙ୍କା ଭର୍ତ୍ତି ପାଇଁ ଯାଇଥିବା ବେଳେ AGS କମ୍ପାନୀର ଟଙ୍କା ଭର୍ତ୍ତି ଗାଡ଼ିକୁ କିଛି ଦୁର୍ବୃତ୍ତ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ । ପରେ ଆନ୍ଧ୍ର ସୀମାନ୍ତ ଗିରିସୋଳା ନିକଟରୁ ଗାଡ଼ି ଓ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.