Latest Odisha News

BREAKING NEWS

କ୍ଲବ ଘର ଭିତରୁ ମୃତଦେହ ଉଦ୍ଧାର

ସୋନପୁର: କ୍ଲବ ଭିତରୁ ମୃତଦେହ ଉଦ୍ଧାର । ସୋନପୁର ସହରର ବ୍ଲକ ଛକ ନିକଟରେ ଥିବା ରୟାଲ ସ୍ପୋର୍ଟିଂ କ୍ଲବ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସୋନପୁର ଗ୍ରୀଡକୋ ଅଞ୍ଚଳର ୫୫ ବର୍ଷୀୟ ଶଙ୍କର ସାହୁ । ସାଇଣ୍ଟିଫିକ୍ ଟିମର ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି ଖୋଳତାଡ କରୁଛି ସୋନପୁର ପୋଲିସ ।

ମୃତ ଶଙ୍କରଙ୍କ ମୁହଁରୁ ଫେଣ ବାହାରି ଲାଗିଥିବାରୁ ବିଷ ପିଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ।

Leave A Reply

Your email address will not be published.