Latest Odisha News

ବିଏସପି ନେତାଙ୍କୁ ହତ୍ଯା ଘଟଣା; ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ନିହତ

ଚେନ୍ନାଇ: ତାମିଲନାଡୁର ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ କେ ଆର୍ମଷ୍ଟ୍ରଙ୍ଗ ହତ୍ୟାକାଣ୍ଡ ଘଟଣାର ଜଣେ ଅଭିଯୁକ୍ତ ଶନିବାର ରାତିରେ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି।

ମୃତକଙ୍କ ନାଁ ତିରୁବେଙ୍ଗଦାମ ହୋଇଥିଲା ବେଳେ ତା ନାଁରେ ପୂର୍ବରୁ ଅନେକ ମାମଲା ରହିଥିବା ଜଣାପଡିଛି।

ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ, ଚେନ୍ନାଇର ପେରାମ୍ବୁରସ୍ଥିତ ଆର୍ମଷ୍ଟ୍ରଙ୍ଗଙ୍କ ବାସଭବନ ନିକଟରେ ୬ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ଯ ସେଠାରେ ଆର୍ମଷ୍ଟ୍ରଙ୍ଗଙ୍କର ମୃତ୍ୟୁ ହୋଇଥିଲା।

Comments are closed.