Latest Odisha News

BREAKING NEWS

ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ ବି ଦଣ୍ଡ ପାଇବେ ଦୁର୍ନୀତିଗ୍ରସ୍ତ ଅଧିକାରୀ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲାଞ୍ଚ ନେବା ଅପରାଧ । ଏଣିକି ଲାଞ୍ଚ ନେଉଥିବା ଏବଂ ଦେଉଥିବା ବ୍ୟକ୍ତିଙ୍କୁ ଏଣିକି ମିଳିବ ଦଣ୍ଡ । ଏଥିପାଇଁ ପ୍ରତ୍ୟକ୍ଷ ପ୍ରମାଣର ବି ଆବଶ୍ୟକତା ନାହିଁ ।  ଭ୍ରଷ୍ଟାଚାର ବିରୋଧରେ ଏମିତି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ  । ସୁପ୍ରିମକୋର୍ଟ କହିଛନ୍ତି, ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ ବି  ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳି ପାରିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ପାରିପାର୍ଶ୍ୱିକ ସ୍ଥିତିର ଆଧାରରେ ଭ୍ରଷ୍ଟାଚାରୀଙ୍କୁ ଦଣ୍ଡ ବି ମିଳି ପାରିବ । ସୁପ୍ରିମକୋର୍ଟଙ୍କର ଏକ ୫ ଜଣିଆ ଖଣ୍ଡିପୀଠ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ।

ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରମାଣ ଏବଂ ସାକ୍ଷ୍ୟ ଅଭାବ ଥିଲେ ପରିସ୍ଥିତିକୁ ଆଧାର କରି ଭ୍ରଷ୍ଟାଚାର ଅଧିନିୟମ ଅନୁସାରେ ଦୋଷୀକୁ ଦଣ୍ଡ ଦିଆଯାଇ ପାରିବ କି ? ଏହା ଉପରେ ବିଚାର କରି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଣି କରିଛନ୍ତି ।  ଜଷ୍ଟିସ ଏସ ଅବ୍ଦୁଲା ନଜୀର, ଜଷ୍ଟିସ ବିଆର ଗବଈ, ଜଷ୍ଟିସ ଏଏସ ବୋପନ୍ନା, ଜଷ୍ଟିସ ବି.ରାମାସୁବ୍ରମଣ୍ୟମ ଏବଂ ଜଷ୍ଟିସ ବିବି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରି ରାୟକୁ ସୁରକ୍ଷିତ କରିଛନ୍ତି ।

ସୁ୍ପ୍ରିମେକାର୍ଟ କହିଛନ୍ତି, ଦୁର୍ନୀତିଗ୍ରସ୍ତ ଲେଙ୍କ ବିରୋଧରେ କୋର୍ଟ ନରମ ମନୋଭାବ ପୋଷଣ କରିବା ଉଚିତ ନୁହେଁ । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହେବା ଦରକାର  ଏବଂ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ଦରକାର । କାରଣ ଭ୍ରଷ୍ଟାଚାର ପ୍ରଶାସନକୁ ପ୍ରଭାବିତ କରୁଛି । ଏହା ସଚ୍ଚୋଟ କର୍ମଚାରୀଙ୍କ ଉପରେ କୁପ୍ରଭାବ ପକାଉଛି । ତେଣୁ ଭ୍ରଷ୍ଟାଚାରୀଙ୍କ ବିରୋଧରେ ଯଦି ପ୍ରତ୍ୟକ୍ଷ ପ୍ରମାଣ ନାହିଁ ତେବେ ପରିସ୍ଥିତି ଆଧାରରେ ମଧ୍ୟ ଜଣେ ଭ୍ରଷ୍ଟ ସରକାରୀ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ।

Leave A Reply

Your email address will not be published.