Latest Odisha News

BREAKING NEWS

ବ୍ୟାଣ୍ଡ ବାଜା ରୋଷଣୀରେ ଘରକୁ ଆସିଲା କନ୍ୟା ରତ୍ନ

ଚଣ୍ଡିଗଡ଼ : ସାଧାରଣତଃ ପ୍ରତ୍ୟେକ ପରିବାରରେ ପୁଅକୁ ସମସ୍ତେ ଅଧିକ ଭଲପାଆନ୍ତି  । ଆଉ ଝିଅକୁ ନେଇ ସମସ୍ତେ ନାନା କଥା କହିଥାଆନ୍ତି  । ଝିଅ ଜନ୍ମ ନେଇ ଖୁସି ନଥିବା ବେଳେ ଅଧିକାଂଶ ଗର୍ଭପାତ ମଧ୍ୟ କରିଥାଆନ୍ତି  । ତେବେ ଏହାରି ଭିତରେ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଝିଅ ଜନ୍ମ ହେବା ଖୁସିରେ ପରିବାର ଲୋକ ବ୍ୟାଣ୍ଡ ବାଜା ବଜାଇ ରୋଷଣୀ କରି କନ୍ୟା ରତ୍ନଙ୍କୁ ସ୍ୱାଗତ କରି ଘରକୁ ଆଣିଛନ୍ତି ।

ଅନେକ ସମୟରେ ଶିଶୁ କନ୍ୟାଟି ଜନ୍ମ ହେବା ପୂର୍ବରୁ ତାକୁ ନଷ୍ଟ କରିଦିଆଯାଉଛି ତ କେହି କେହି ବାଧ୍ୟ ବାଧକତାରେ ଗ୍ରହଣ କରୁଛି  । କିନ୍ତୁ ପଞ୍ଜାବ ସହରର ଏହି ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିବା ସହ ସମାଜକୁ ଏକ ବାର୍ତ୍ତା ଦେଇଛି । ସୂଚନା ଅନୁଯାୟୀ ପଞ୍ଜାବର ଅମ୍ରିତସରରେ ସାଗର ଓ ଜାନଭୀଙ୍କ ଏକ କନ୍ୟା ରତ୍ନ ଜନ୍ମ ହୋଇଥିଲା । ଏହି ଶିଶୁ କନ୍ୟା ଜନ୍ମ ହେବା ପରେ ତାକୁ ନିଆରା ଢଙ୍ଗରେ ଘରକୁ ସ୍ୱାଗତ କରିଥିଲେ । ଯାହା ସମସ୍ତଙ୍କୁ ବାର୍ତ୍ତା ଦେବା ସହ ପରିବାର ଲୋକଙ୍କ ଏହି ମନୋବୃତ୍ତି ସମାଜ ପାଇଁ ଏକ ଉଦାହରଣ ପାଲଟିଛି ।

Leave A Reply

Your email address will not be published.