Latest Odisha News

BREAKING NEWS

ଫିଫା ବିଶ୍ୱକପ: ଫ୍ରାନ୍ସଠାରୁ ହାରିବା ପରେ ତାଣ୍ଡବ ରଚିଲେ ମରକ୍କୋ ପ୍ରଶଂସକ

କତାର: ଫିଫା ବିଶ୍ୱକପ ଫାଇନାଲ ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲରେ ଫ୍ରାନ୍ସ ୨-୦ରେ ମରକ୍କୋକୁ ପରାସ୍ତ କରିଥିଲା । ତେବେ ଏହି ମ୍ୟାଚ ପରେ ମରକ୍କୋ ପ୍ରଶଂସକମାନେ ପ୍ୟାରିସ ଓ ବ୍ରୁସେଲ୍ସରେ ହିଂସାକାଣ୍ଡ ରଚିଥିଲେ । ୧୦୦ରୁ ଊଦ୍ଧ୍ୱ ପ୍ରଶଂସକ ପୋଲିସ ଉପରକୁ ଟେକା ପଥର ପକାଇବା ସହ ଅଳିଆ ବ୍ୟାଗ ଏବଂ କାର୍ଡବୋର୍ଡ ବାକ୍ସରେ ନିଆଁ ଲଗାଇ ଦେଇଥିଲେ । ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଲୁହାବୁହା ଗ୍ୟାସ ଓ ପାଣି ମାଡ କରାଯାଇଥିଲା । ଏହି ସଂଘର୍ଷରେ କେହି ଗୁରୁତର ହୋଇ ନାହାନ୍ତି ।

ଫ୍ରାନ୍ସ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଏହା ପୂର୍ବରୁ ବ୍ରାଜିଲ ଏହି କୀର୍ତିମାନ କରିଥିଲା । ଫ୍ରାନ୍ସ ଓ ମରକ୍କୋ ମୁକାବିଲାକୁ ମାଲିକ ଏବଂ ଗୋଲାମ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଭାବେ ଚିତ୍ରଣ କରାଯାଉଥିଲା । ଦୀର୍ଘ ଦିନ ଧରି ମରକ୍କୋ ଉପରେ ଫ୍ରାନ୍ସ ରାଜୁତି କରିଥିଲା । ଏବେ ଉଭୟ ଦେଶ ମଧ୍ୟରେ ଭଲ ସମ୍ପର୍କ ଥିଲେ ମଧ୍ୟ ମନ ଭିତରେ ଏହି ଶତ୍ରୁତା ସର୍ବଦା ଦବି ହୋଇ ରହିଥାଏ ।

Leave A Reply

Your email address will not be published.