Latest Odisha News

BREAKING NEWS

ହାଇକୋର୍ଟରେ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

କଟକ: କ୍ରାଇମବ୍ରାଞ୍ଚ୍ ତଦନ୍ତ ଉପରୁ ଭରଷା ତୁଟାଇଲେ ମୃତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପରିବାର । ସେହି ରହସ୍ୟଜନକ ମୃତ୍ୟୁ ମାମଲା ଉପରୁ ପର୍ଦ୍ଦା ଉଠାଇବା ଲାଗି ସୋମବାର ସୌମ୍ୟଙ୍କ ବାପା ହାଇକୋର୍ଟଙ୍କ ଆଶ୍ରୟ ନେଇଛନ୍ତି । ପୁରା ଘଟଣା କ୍ରମର ତଦନ୍ତ, ସିବିଆଇ କିମ୍ବା ହାଇକୋର୍ଟଙ୍କ ଦ୍ଵାରା ଗଠିତ ଏସଆଇଟି ଦ୍ଵାରା କରାଯାଉ ବୋଲି ସେ ପ୍ରାର୍ଥନା କରି ପିଟିସନ ଦାଏର କରିଛନ୍ତି ।

ଏହି ମାମଲାରେ ପାରଳାଖେମୁଣ୍ଡି ଥାନା ଆଇଆଇସି ଏବଂ ମହିଳା ଏସଆଇଙ୍କ ସଂପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି ।  ନିଆଁରେ ପୋଡିହୋଇ ସୌମ୍ୟରଞ୍ଜନ ଗୁରୁତର ଥିବା ଅବସ୍ଥାରେ ଏହି ୨ ପୋଲିସ ଅଧିକାରୀ ତାଙ୍କ ଘରୁ ଅନେକ କାଗଜପତ୍ର ସହ କିଛି ପ୍ରମାଣ ନଷ୍ଟ କରିଛନ୍ତି ।   ପ୍ରମାଣ ନଷ୍ଟ କକଲା ଭଳି ଜିନିଷମାନ ନେଇଯାଇଥିବା ଏକ ଭିଡିଓ କ୍ଲିପ୍ ଦେଖାଇଛନ୍ତି ସୌମ୍ୟଙ୍କ ବାପା ।

ଉକ୍ତ ଭିଡିଓ ହିଁ ସ୍ପଷ୍ଟ କରୁଛିଯେ , ପ୍ରମାଣ ନଷ୍ଟ କରିବାରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତି ଅଛି । ତେଣୁ ସୌମ୍ୟଙ୍କ ମୃତ୍ୟୁର ୮୧ ଦିନ ପରେ ବି କ୍ରାଇମବ୍ରାଞ୍ଚ୍ର ହାତ ଖାଲି ଥିବା ଅଭିଯୋଗ କରିଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ।

Comments are closed.