Latest Odisha News

BREAKING NEWS

ଚିକିତ୍ସାରେ ଡେଭିଡ ଜୁଲିୟସ, ଆର୍ଡନ ପାଟାପୋର୍ଟିୟନଙ୍କୁ ନୋବେଲ ପୁରସ୍କାର

ୱାଶିଂଟନ: ଚିକିତ୍ସାରେ ୨୦୨୧ ପାଇଁ ନୋବେଲ ପୁରସ୍କାର ପାଇ ମନୋନୀତ ହୋଇଛନ୍ତି ଆମେରିକାର ଡେଭିଡ ଜୁଲିୟସ ଓ ଆର୍ଡନ ପାଟାପୋର୍ଟିୟନ । ତାପମାତ୍ରା, ଯନ୍ତ୍ରଣା, ଚାପ ପ୍ରଭୃତିକୁ ଅନୁଭବ କରିହୁଏ ମାତ୍ର ଏହା ଉପରେ ଅଧିକ ତଥ୍ୟ ଉପଲବ୍ଧ ହୋଇପାରି ନାହିଁ । ସେମାନେ ଯନ୍ତ୍ରଣାକୁ ଅନୁଭବ କରି ହେଉଥିବା ରେସେପଟରଙ୍କୁ ଚିହ୍ନଟ କରିଛନ୍ତି ।

ଆଗାମୀ ଦିନରେ ସେମାନଙ୍କ ଏହି ଗବେଷଣା ଶାରୀରିକ ସମସ୍ୟା ଏବଂ ଅବଷାଦ ସମୟରେ ସୃଷ୍ଟି ହେଉଥିବା ଯନ୍ତ୍ରଣାକୁ ଲାଘବ କରିହେବ ବୋଲି ଆଶା କରାଯାଉଛି । ଡେଭିଡ ୟୁନିଭରସିଟି ଅଫ କାଲିଫର୍ଣ୍ଣିୟାରେ ପ୍ରଫେସର ଥିଲେ । ଅନ୍ୟ ପକ୍ଷରେ ଆଡେନ ଲା ଜୋଲାର ଇନଷ୍ଟିଚ୍ୟୁଟରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.