ବାଲେଶ୍ବର: ଫିଟିବ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ । ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଘନ ଘନ ଜେରା କରିଛି କ୍ରାଇମବ୍ରାଞ୍ଚ । ଦୁଇ ଜଣ ମହିଳା ଅଫିସରଙ୍କ ସହ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ କପ୍ତିପଦାରେ ଥିବା ବିଦ୍ୟାଭାରତୀଙ୍କ ଘରେ ପହଞ୍ଚି ମାରାଥନ ଜେରା କରିଛି । ବିଭିନ୍ନ ଦିଗରୁ ବିଦ୍ୟା ଭାରତୀଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଛି ।
ସୌମ୍ୟଙ୍କ ମୃତ୍ୟୁ କିପରି ହେଲା ? ଏହି ସମୟରେ ବିଦ୍ୟାଭାରତୀ କଣ କରୁଥିଲେ ? ଡିଏଫଓ ସଂଗ୍ରାମ ବେହେରା ଓ ବିଦ୍ୟାଭରତୀଙ୍କ ମଧ୍ୟରେ କି ସଂପର୍କ ରହିଛି ? ଏପରିକି ସୌମ୍ୟ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ କି ବିବାଦ ଥିଲା ? ଏନେଇ ବିଭିନ୍ନ ଦିଗରୁ ପ୍ରଶ୍ନ କରି ସତ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍ । ପାଖାପାଖି ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟାଭାରତୀଙ୍କୁ ପ୍ରଶ୍ନ କରିଛି ତଦନ୍ତକାରୀ ଟିମ୍ । ବିଦ୍ୟାଭାରତୀଙ୍କ ସହ ତାଙ୍କ ବାପା ଓ ମା’ଙ୍କୁ ମଧ୍ୟ ଜେରା କରିଛି କ୍ରାଇମବ୍ରାଞ୍ଚ ।
ଗତକାଲି କ୍ରାଇମବ୍ରାଞ୍ଚ ଖଇରାର ବେଗୁନିଆରେ ପହଞ୍ଚି ସୌମ୍ୟଙ୍କ ପରିବାରର ସଦସ୍ୟଙ୍କୁ ପଚରାଉଚରା କରିଥିଲା। କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଟିମ୍ ସୌମ୍ୟଙ୍କ ବାପା, ମା, ମାମୁ ଓ ମାଇଁଙ୍କୁ କରିଥିଲା ପଚରାଉଚରା । ତେବେ ବିଦ୍ୟାଭାରତୀଙ୍କୁ ଜେରା ପରେ ସୌମ୍ୟଙ୍କ ମୃତ୍ୟୁ କିପରି ହେଲା ତା ଉପରୁ ପର୍ଦ୍ଦା ଉଠାଇବ କ୍ରାଇମବ୍ରାଞ୍ଚ ।
Comments are closed.