Latest Odisha News

BREAKING NEWS

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତଙ୍କ ପକ୍ଷରୁ ଜାରି ଜାମିନବିହୀନ ଗିରଫ ପରୱାନା ବଳରେ ତାଙ୍କ ଗାଁରୁ ମନ୍ମଥଙ୍କୁ ଗିରଫ କରାଯାଇଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ ଜାରି ଜାମିନ ବିହୀନ ଗିରଫ ପରଓ୍ବାନା ବଳରେ ପୋଲିସ ଭୋର ସମୟରେ ତାଙ୍କ ନିଜ ଗ୍ରାମ କରଡ଼ାସିଂରେ ଚଢ଼ଉ କରି ତାଙ୍କୁ କାବୁ କରିଥିଲା। ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଛି।

ମନ୍ମଥଙ୍କ ବିରୋଧରେ ଅଦାଲତ ଜାମିନ ବିହୀନ ପରଓ୍ବାନା ଜାରି କରିଥିଲେ। ମନ୍ମଥ ନିଜ ଗ୍ରାମରେ ଥିବା ନେଇ ପୋଲିସକୁ ସୂଚନା ମିଳିବା ପରେ ଏକ ପୋଲିସ ଟିମ ଭୋରରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ପାରଳାଖେମୁଣ୍ଡିରେ ଏସିଏଫ୍‌ ଭାବେ କାର୍ଯ୍ୟରତ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ୨୦୨୧ ଜୁଲାଇ ୧୨ ତାରିଖରେରେ ନିଜ ସରକାରୀ ବାସଭବନରେ ପୋଡ଼ି ଯାଇ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ସୌମ୍ୟଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଥିଲା।

ସେପଟେ ମାମଲାରେ ବିଦ୍ୟାଭାରତୀଙ୍କ ଗିରଫଦାରୀ ଆଶଙ୍କା ବଢ଼ିଛି। ବିଦ୍ୟାଭାରତୀଙ୍କ ଆବେଦନକୁ ଆଜି ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପୂର୍ବରୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ହଟାଇବା ସହ ପ୍ରୋଟେଷ୍ଟ ପିଟିସନ ମଧ୍ୟ ଖାରଜ କରିଥିଲେ। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟ ଯାଇଥିଲେ। ତେବେ ଆଜି ତାଙ୍କ ଆବେଦନ ଖାରଜ ହେବା ପରେ ମାମଲା ଆହୁରି ଚର୍ଚ୍ଚାକୁ ଆସିଛି।

 

Leave A Reply

Your email address will not be published.