Latest Odisha News

BREAKING NEWS

ମାନିଲା ଏଫ୍‍ଆଇଭିବି ସାଧାରଣ ପରିଷଦ ବୈଠକରେ ଯୋଗ ଦେଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: ଫେଡ଼େରେସନ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଭଲିବଲ୍‍ (ଏଫ୍‍ଆଇଭିବି)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଫିଲିପାଇନ୍‍ସର ମାନିଲାଠାରେ ଗୁରୁବାର ଆରମ୍ଭ ହୋଇଛି । ଭାରତୀୟ ଭଲିବଲ୍‍ ସଂଘ (ଭିଏଫ୍‍ଆଇ)ର ସଭାପତି ଅଚ୍ୟୁତ ସାମନ୍ତ ଏହି ବୈଠକରେ ଯୋଗ ଦେଇଛନ୍ତି । ପ୍ରଥମ ଥର ଲାଗି ଭାରତୀୟ ଭଲିବଲ୍‍ ସଂଘର ସଭାପତି ଭାବେ ଅଚ୍ୟୁତ ଏଥିରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ଏଫ୍‍ଆଇଭିବିର ବାର୍ଷିକ ସାଧାରଣ ପରିଷଦ ବୈଠକ ୨୬ ତାରିଖ ପର୍ୟ୍ୟନ୍ତ ଚାଲିବ ।

BjdElectrycity

ଏଥିରେ ୨୨୨ଟି ଦେଶର ଭଲିବଲ୍‍ ସଂଘ ସଭାପତି ଯୋଗ ଦେଇଛନ୍ତି । ଏହି ବୈଠକରେ ଯୋଗଦେବା ଅବସରରେ ଅଚ୍ୟୁତ ଏଫ୍‍ଆଇଭିବିର ସଭାପତି ଆରି ଗ୍ରାକା ଓ ମହାନିର୍ଦ୍ଦେଶକ ଫାବିଓ ଆଜେଭେଦୋଙ୍କ ସହ ବ୍ୟକ୍ତିଗତ ଭାବେ ଭେଟିଥିଲେ । ଏହି ସାକ୍ଷାତ ସମୟରେ ଶ୍ରୀ ସାମନ୍ତ ଭାରତରେ ଭଲିବଲକୁ ଲୋକପ୍ରିୟ କରାଇବା ସହ ଏହାର ବିକାଶ ଓ ପ୍ରସାର ନେଇ ଆରି ଗ୍ରାକା ଓ ଫାବିଓଙ୍କ ସହ ଆଲୋଚନା କରିଥିଲେ ।

ଭାରତରେ ଭଲିବଲ୍‍ ବିକାଶ ଦିଗରେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଆର ଗ୍ରାକା ଓ ଫାବିଓ ଶ୍ରୀ ସାମନ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହା ବ୍ୟତୀତ ଏହି ବୈଠକରେ ଯୋଗ ଦେଇଥିବା ଭଲିବଲ ସଂଘର ସଭାପତିଙ୍କ ସହ ମଧ୍ୟ ଅଚ୍ୟୁତ ଆଲୋଚନା କରିଥିଲେ । ଶ୍ରୀ ସାମନ୍ତଙ୍କ ସହ ଭାରତୀୟ ଭଲିବଲ୍‍ ସଂଘର ସହ-ସମ୍ପାଦକ ତଥା ଓଡ଼ିଶା ଭଲିବଲ୍‍ ଆସୋସିଏସନ୍‍ର ସମ୍ପାଦକ ଗଗନେନ୍ଦୁ ଦାଶ ମଧ୍ୟ ମାନିଲା ଗସ୍ତରେ ଅଛନ୍ତି ।

Leave A Reply

Your email address will not be published.