Latest Odisha News

BREAKING NEWS

ରାଜନୀତିରୁ ଅବସର ନେଲେ ଅଚ୍ୟୁତ

ଭୁବନେଶ୍ଵର: ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ବିଜେଡି ନେତା ତଥା କନ୍ଧମାଳ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ଏ ନେଇ ଶ୍ରୀ ସାମନ୍ତ ଘୋଷଣା କରିବା ସହ ଜୁନ୍‍ ୯ ତାରିଖଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି। ଗତକାଲି ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇବା ସହ ଏ ସମ୍ପର୍କରେ ଶ୍ରୀ ସାମନ୍ତଙ୍କ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ। ତେବେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ସେ ସମାଜ ସେବାରେ ସକ୍ରିୟ ରହିବେ ବୋଲି କହିଛନ୍ତି ଅଚ୍ୟୁତ ।

ସୂଚନା ଅନୁସାରେ, ୨୦ ଜାନୁଆରୀ ୧୯୬୫ରେ ଜନ୍ମ ହୋଇଥିବା ଅଚ୍ୟୁତାନନ୍ଦ ସାମନ୍ତ ୨୦୧୮ ମସିହା ୭ ମାର୍ଚ୍ଚରେ ଅଚ୍ୟୁତ ସାମନ୍ତ ବିଜେଡିରେ ଯୋଗଦେବା ସହ ରାଜନୀତିରେ ପ୍ରବେଶ କରିଥିଲେ । ୧୭ଶ ଲୋକ ସଭାକୁ ସେ କନ୍ଧମାଳ ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ରୂପେ ନିର୍ବାଚିତ ହୋଇଥିଲେ । ୨୦୧୮ ମସିହାରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ପରେ ୨୦୧୯ ନିର୍ବାଚନରେ କନ୍ଧମାଳରୁ ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ବିଜେପିର ଖାରବେଳ ସ୍ୱାଇଁଙ୍କୁ ପରାସ୍ତ କରି ଏକ ଲକ୍ଷ ଭୋଟରେ ନିର୍ବାଚନ ଜିତିଥିଲେ । କିନ୍ତୁ ୨୦୨୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ସିକାନ୍ତ କୁମାର ପାଣିଗ୍ରାହୀଙ୍କ ଠାରୁ ପରାସ୍ତ ହୋଇଥିଲେ । ବିଜେପି ପ୍ରାର୍ଥୀ ସୁକାନ୍ତଙ୍କୁ ୪,୧୬,୪୧୫ ଭୋଟ ମିଳିଥିବା ବେଳେ ଅଚ୍ୟୁତଙ୍କୁ ୩,୯୫,୦୪୪ଟି ଭୋଟ ମିଳିଥିଲା ।

Comments are closed.