Latest Odisha News

ସାମାନ୍ୟ ବଚସାରୁ ତୁମୁଳକାଣ୍ଡ; ମିସ୍ତ୍ରୀଙ୍କ ଉପରକୁ ଏସିଡ୍ ମାଡ

ବାଲେଶ୍ବର: କଥା କଟାକଟିରୁ ଦୋକାନୀଙ୍କ ଉପରକୁ ଏସିଡ୍‌ ମାଡ ହୋଇଛି । ଏଥିରେ ଦୋକାନୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ତୁଡିଗଡିଆ ବଜାରରେ ।

ଖବର ମୁାତବକ, ଗତ ସନ୍ଧ୍ୟାରେ ଅନ୍ନପୂର୍ଣ୍ଣା ସୁନା ଦୋକାନର ମାଲିକଙ୍କ ସହ ଡାଲଙ୍ଗ ଗ୍ରାମର ମିସ୍ତ୍ରୀ ରାମଚନ୍ଦ୍ର ପାଢୀଙ୍କ ସହ ତାଙ୍କ ଅଧୀନରେ କାମ କରୁଥିବା କିଛି ଶ୍ରମିକଙ୍କର କଥା କଟାକଟି ହୋଇଥିଲା । ଏଥିରେ ରାଗିଯାଇ ଗହଣା ଦୋକାନରେ ରଖାଯାଇଥିବା ଏସିଡ୍‌କୁ ରାମଚନ୍ଦ୍ରଙ୍କ ମୁହଁକୁ ଫୋପାଡି ଥିଲେ ।

ଏଥିରେ ରାମଚନ୍ଦ୍ରଙ୍କ ଶରୀରର ଅନେକ ଅଂଶ ପୋଡ଼ିଯାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ସୁନା ଦୋକାନର ମାଲିକ ଅଶୋକ ଫେରାର ରହିଛି । ଖବରପାଇ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.