Latest Odisha News

BREAKING NEWS

ଦୀର୍ଘ ୧୯ ବର୍ଷ ପରେ ଧରାପଡିଲା ଅଭିଯୁକ୍ତ : ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ କରିଥିଲା ଏସିଡ୍ ମାଡ଼

ଭଦ୍ରକ:୧୯ ବର୍ଷ ପରେ ଗିରଫ ହେଲା ଏସିଡ ମାଡ଼ କରିଥିବା ଅଭିଯୁକ୍ତ । ଦୁଷ୍କର୍ମ ଉଦ୍ୟମ ପାଇଁ ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ସୁବାସ ବେହେରାକୁ ଗିରଫ କରିଛି ଭଦ୍ରକ ଜିଲ୍ଲା ଧୂଷୁରୀ ପୋଲିସ ।

ସୂଚନାଅନୁସାରେ, ୨୦୦୨ ମସିହାରେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ରଇପୁର ଗାଁର ସୁବାସ ପଡୋଶୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ ଏସିଡ ମାଡ଼ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ସୁବାସ ବେହେରା ନାଁରେ  ଧୂଷୁରୀ ଥାନାରେ ୨୫/୨୦୦୨ ନମ୍ବର ଓ ଜିଆର  କେସ୍ ନମ୍ବର ୨୮୩ / ୨୦୦୨ରେ ମାମଲା କରାଯାଇଥିଲା । ତେବେ ଘଟଣା ପରେ ଅଭିଯୁକ୍ତ ଫେରାର ଥିଲା । ଧୂଷୁରୀ ପୋଲିସ ସୁବାସକୁ ଗିରଫ କରି ପଚରାଉଚରା ଜାରି ରଖିଛି ।

Leave A Reply

Your email address will not be published.