Latest Odisha News

BREAKING NEWS

ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ ନୂଆ ଗାଇଡ ଲାଇନ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଏହି ନୂଆ ଗାଇଡଲାଇନ ୱେବସାଇଟ ବିଷୟବସ୍ତୁ, ଓଟିଟି ବିଷୟବସ୍ତୁ , ସୋସିଆଲ ମିଡିଆ ଉପରେ ନଜର ରଖିବ ।

ସୋସିଆଲ ମିଡିଆ ଭାରତରେ ବ୍ୟବସାୟ କରିବା ପାଇଁ ସ୍ୱାଗତ କରେ । କିନ୍ତୁ ଏଥିରେ ଯାହା କଣ୍ଟେଣ୍ଟ୍ ଆସୁଛି ତାହା ଆମେ ସଭ୍ୟ ବୋଲି କହିପାରିବା ନାହିଁ । ଏମିତି ଅନେକ ଅଭିଯୋଗ ଆସୁଛି । ଆତଙ୍କବାଦୀମାନେ ମଧ୍ୟ ସୋସିଆଲ ମିଡିଆର ବହୁଳ ବ୍ୟବହାର କରୁଛନ୍ତି । ତେବେ ସୋସିଆଲ ମିଡିଆର ଅପବ୍ୟବହାର ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରସାଦ ସୂଚନା ଦେଇଛନ୍ତି ।

ଫେକ୍ ନ୍ୟୁଜ୍ ପାଇଁ ୩ ଥାକିଆ ଯାଞ୍ଚ ବ୍ୟବସ୍ଥା ହେବ। ୨୪ ଘଣ୍ଟାରେ ଅଭିଯୋଗ ଅଧିକାରୀ ଅଭିଯୋଗ ଗ୍ରହଣ କରିବେ । ୧୫ ଦିନ ଭିତରେ ଏହାର ସମାଧାନ କରାଯିବ । । ପ୍ରତିମାସରେ ଅଭିଯୋଗ ଓ ସମାଧାନର ବିବରଣୀ ସରକାରଙ୍କୁ ଦେବେ ଅଧିକାରୀ। ବଡ଼ ସୋସିଆଲ ମିଡିଆର ଜଣେ କମ୍ପ୍ଲାଏନ୍ସ ଅଧିକାରୀ ଭାରତରେ ରହିବେ।

ଓଟିଟି ପ୍ଲାଟଫର୍ମ ସୂଚନା ପ୍ରସାରଣ ମନ୍ତ୍ରାଳୟ ଅଧୀନକୁ ଆସିବ। ଆଉ ଏଥିପାଇଁ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ଓଟିଟିରେ ଚାଇଲ୍ଡ ଲକ୍ ସିଷ୍ଟମ ସହ ଏଜ୍ ଗ୍ରୁପ୍ ବ୍ୟବସ୍ଥା କରାଯିବ। ଆପତ୍ତିଜନକ ଦୃଶ୍ୟ ଯେପରି ଛୋଟ ପିଲାମାନେ ନ ଦେଖିବେ ସେ ନେଇ ବ୍ୟବସ୍ଥା ରହିବ । ଯଦି ଓଟିଟି ପ୍ଲାଟଫର୍ମରେ କୌଣସି ଆପତ୍ତିଜନକ ଦୃଶ୍ୟ ପ୍ରସାରଣ କରାଯାଏ, ତେବେ ସେଥିରେ ଦେଶବାସୀଙ୍କୁ ସଂପୃକ୍ତ ସଂସ୍ଥା କ୍ଷମା ମାଗିବେ।
୩ ମାସରେ ଏହି ନିୟମ ଲାଗୁ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ନିୟମ ନ ମାନିଲେ ଅତିକମ୍ରେ ୫ ବର୍ଷ ଜେଲ ଦଣ୍ଡ ଦିଆଯିବ ।

Leave A Reply

Your email address will not be published.