Latest Odisha News

BREAKING NEWS

ଶୋଇଥିବା ବେଳେ ନାବାଳିକାଙ୍କ ଉପରେ ଫିଙ୍ଗିଲେ ଏସିଡ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାଥରସ୍ ମାମଲା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଏକ ଚାଞ୍ଚଲ୍ୟକର ଅଘଟଣ ଘଟିଛି ।

ସୂଚନାନୁଯାୟୀ ଗୋନଡା ଜିଲ୍ଲାରେ ୩ ଜଣ ଦଳିତ ନାବାଳିକା ଭଉଣୀଙ୍କ ଉପରେ କେହି ଏସିଡ୍ ଫିଙ୍ଗିଥିବା ନେଇ ଅଭିଯୋଗ ହୋଇଛି । ସମ୍ପୃକ୍ତ ନାବାଳିକା ମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଘଟିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣଙ୍କା ବୟସ ୧୭, ୧୨ ଓ ୮ ବର୍ଷ ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ବଡ ଭଉଣୀଙ୍କୁ ଶରୀରର ୩୦ ପ୍ରତିଶତ ଜଳି ଯାଇଥିବା ସୁତ୍ରରୁ ପ୍ରକାଶ ।

Comments are closed.