Latest Odisha News

ଏତେ ପ୍ରଶଂସା ସାଉଟିବା ପରେ ମଧ୍ୟ କାହିଁକି ବନ୍ଦ ହେଲା ‘ସିଆଇଡି’, କାରଣ କହିଲେ ଏସିପି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ସୋ’ ମଧ୍ୟରୁ ସିଆଇଡି ଥିଲା ଗୋଟେ l 1998ରେ ଆରମ୍ଭ ହୋଇଥିବା ଏହି ସୋ’ ଦୀର୍ଘ 20 ବର୍ଷ ମଧ୍ୟରେ ବେଶ ପ୍ରଶଂସା ସାଉଁଟିବା ସହ ଭଲ ଟିଆରପି ମଧ୍ୟ ପାଇଥିଲା l ତେବେ 2018 ମସିହାରେ ଏହି ସୋ’କୁ ବନ୍ଦ କରାଯାଇଥିଲା l ଏହି ସୋ’ର ଅନେକ ଡାଇଲଗ ଆଜିବି ଲୋକପ୍ରିୟ l ଏହାରିଭିତରେ ଅନେକ ଥର ସିଆଇଡିର ପ୍ରଶଂସକମାନେ ନୂତନ ସିଜିନ ପାଇଁ ଦାବି କରିଛନ୍ତି l ତେବେ ସୋ’ ବନ୍ଦ ହେବାର ଦୀର୍ଘ 8 ବର୍ଷ ପରେ ଶେଷରେ ଏହା ପଛର କାରଣ ସାମ୍ନାକୁ ଆସିଛି l ସୋ’’ରେ ଏସିପି ପ୍ରଦ୍ୟୁମ୍ନ ଭୂମିକାରେ ଅଭିନୟ କରୁଥିବା ଶିବାଜୀ ସାଟମ୍ ସୋ’ ବନ୍ଦ ହେବାର କାରଣ କହିଛନ୍ତି l

ଏକ ସାକ୍ଷାତକାରରେ ଶିବାଜୀ କହିଛନ୍ତି ଯେ, ସୋ’ ଏବଂ ସୋନି ଚ୍ୟାନେଲର ନିର୍ମାତାଙ୍କ ମଧ୍ୟରେ ଚାଲିଥିବା ବିବାଦ ହେତୁ ଦୀର୍ଘ 20 ବର୍ଷର ସଫଳତା ସାଉଣ୍ଟିବା ସତ୍ତ୍ୱେ ମଧ୍ୟ ଏହାକୁ ବନ୍ଦ କରାଯାଇଥିଲା l କେବିସି ଏବଂ ଆମ ସୋ’ ମଧ୍ୟରେ ଭଲ ପ୍ରତିଯୋଗିତା ଚାଲିଥିଲା, ଯାହା ସିଆଇଡି ବନ୍ଦ ହେବାର କାରଣ ପାଲଟିଥିଲା l ଆମର ସୋ’ କେବିସି ସହିତ ସମାନ ଥିଲା l ଯଦିଓ ସୋ’ର ଟିଆରପିରେ ସାମାନ୍ୟ ହ୍ରାସ ଘଟିଥିଲା, କିନ୍ତୁ ଏହା କୌଣସି ବଡ କଥା ନଥିଲା l ବେଳେବେଳେ ଅନେକ ସୋ’ର ଟିଆରପିରେ ହ୍ରାସ ହୁଏ, ପୁଣି ବେଳେ ବଢି ମଧ୍ୟ ଯାଏ l ତେବେ ସୋ’ ବନ୍ଦ କରିବା ପୂର୍ବରୁ ଚ୍ୟାନେଲ ଏହାର ସମୟ ବଦଳାଇଥିଲା l ପୂର୍ବରୁ ରାତି 10 ଟାରେ ଏହା ପ୍ରସାରିତ ହେଉଥିବା ବେଳେ ପରେ ଏହାକୁ ବଦଳାଇ ରାତି 10:30 ରେ କିମ୍ବା ବେଳେବେଳେ ରାତି 10:45 ରେ ପ୍ରସାରଣ କରାଗଲା l ଏହି କାରଣରୁ ଲୋକମାନେ ସୋ’ ଦେଖିବା ମଧ୍ୟ ହ୍ରାସ କରିଥିଲେ ବୋଲି କହିଛନ୍ତି ଶିବାଜୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୋ’ର ନିର୍ମାତାମାନଙ୍କ ସହ ଚ୍ୟାନେଲର ବିବାଦ ଥିଲା l କିଛି ଅସୁବିଧା ହୋଇଥିଲା ତେଣୁ ଏହାକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲା ଚ୍ୟାନେଲ। କିନ୍ତୁ ଆମ ପାଇଁ ଏହା ସହଜ ନଥିଲା l ସୋ’ ଆରମ୍ଭରୁ ଆମେ ସମସ୍ତେ ଏକାଠି କାମ କରୁଥିଲୁ l ଆମ ଭିତରେ ଭଲ ବନ୍ଧୁତ୍ୱ ମଧ୍ୟ ହୋଇଥିଲା l ତେବେ ସିଧାସଳଖ କହିବାକୁ ଗଲେ ଏହାକୁ ବଳପୂର୍ବକ ବନ୍ଦ କରିଦିଆଯାଇଥିଲା ବୋଲି କହିଛନ୍ତି ଶିବାଜୀ l

କହିରଖୁଛୁ କି, ଅପରାଧିକ କାହାଣୀକୁ ନେଇ ତିଆରି ହୋଇଥିବା ଏହି ସୋ’ ବହୁ ଲୋକପ୍ରିୟ ହୋଇଥିଲା l ପ୍ରତି ଏପିସୋଡ଼ରେ କିଛି ଅପରାଧିକ କାହାଣୀ ରହିବା ସହ ଅପରାଧୀକୁ ଧରିବାକୁ ଟିମର ପ୍ରଚେଷ୍ଟା ସୋ’କୁ ଆହୁରି ଲୋକପ୍ରିୟ କରିପାରିଥିଲା l ତେବେ ଶିବାଜୀ ଶିବାଜୀ ସାଟମଙ୍କ ବ୍ୟତୀତ ଏହି ସୋ’ ରେ ଦୟାନନ୍ଦ ଶେଟ୍ଟୀ, ଆଦିତ୍ୟ ଶ୍ରୀବାସ୍ତବ ଏବଂ ଦୀନେଶ ଫଡନିସଙ୍କ ପରି ଅଭିନେତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.