Latest Odisha News

BREAKING NEWS

ଲକଡାଉନ ଡାଏରୀ: ଘର କାମରେ ସ୍ୱାମୀ ସାହାଯ୍ୟ କରୁଥିବାରୁ ନିଜକୁ ଭାଗ୍ୟବତୀ ମନେ କରନ୍ତି ଅଭିନେତ୍ରୀ ପୁପୁଲ

ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟରେ ଲକ୍‌ଡାଉନ । ଏ ଭିତରେ ଦୋକାନ ବଜାର ଖୋଲିବାରେ କିଛିଟା କୋହଳ କରିଛନ୍ତି ସରକାର । ଅନେକ ଅଫିସ ମଧ୍ୟ ଖୋଲିଲାଣି । ତଥାପି କିଛି ସ୍ଥାନରେ ସନ୍ଧ୍ୟା ୭ଟା ପରେ କର୍ଫ୍ୟୁ ଜାରି ହେଉଛି । ତେବେ ଏହି ଲକଡାଉନ ପିରିୟଡରେ କିଏ କଣ କରୁଛନ୍ତି, କେମିତି କଟୁଛି ଦିନ ତାହା ଜାଣିବା ପାଇଁ ଆମର ଏହି ସ୍ୱତନ୍ତ୍ର ସେଗମେଣ୍ଟ ଲକଡାଉନ ଡାଏରୀ ।

ଜାଣିବା ଆଙ୍କର ତଥା ଅଭିନେତ୍ରୀ ପୁପୁଲ ଭୂୟାଁଙ୍କର କେମିତି କଟୁଛି ଲକ୍‌ଡାଉନ ସମୟ ।

ସାରା ଦେଶରେ ଲକ୍ ଡାଉନ ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନ ପାଳନ କରୁଛନ୍ତି ପୁପୁଲ । କରୋନା ମୁକାବିଲା ପାଇଁ ସେ ଘରେ ରହୁଥିବା କହିଛନ୍ତି ।

ଲକ୍ ଡାଉନ ପୂର୍ବରୁ ନିଜ ଦୈନ୍ୟନ୍ଦିନର ଟାଇମ ଟେବୁଲକୁ କଡାକଡି ମାନୁଥିଲେ ପୁପୁଲ । କିନ୍ତୁ ଲକ୍‌ଡାଉନରେ ଘରେ ରହିବା ଭିତରେ ଏହି ରୁଟିନ ଓ ଖାଇବା ଶୈଳୀ ପୁରାପୁରି ବଦଳିଯାଇଥିବା ସେ କହିଛନ୍ତି ।

ଏହି ଅବଧି ଭିତରେ ପୁପୁଲ ଅନୁଭବ କରିପାରିଛନ୍ତି ଯେ ଘରେ କେତେ କାମ ରହିଥାଏ । ଏ ନେଇ ସେ କହିଛନ୍ତି, ‘ମୁଁ ବହୁତ ଲକି ଯେ ମୋ ସ୍ୱାମୀ ମତେ ଘର କାମରେ ପୁରା ସାହାଯ୍ୟ କରୁଛନ୍ତି । ଏମିତିକି ସେ ରୋଷେଇରେ ବି ସାହାଯ୍ୟ କରୁଛନ୍ତି । ’

ବର୍ତ୍ତମାନ ପରିସ୍ଥିତିରେ ବାହାରକୁ ଚାଲିବାକୁ ଯିବା ବା ଜିମ୍ ଯିବା ସମ୍ଭବ ହେଉ ନ ଥିବାରୁ ପୁପୁଲ ଏବେ ଘରେ ଯୋଗ କରୁଛନ୍ତି । ଏହା ମାନସିକ ଶାନ୍ତି ସହ ଶରୀରକୁ ଫିଟ୍ ରଖିବାରେ ସାହାଯ୍ୟ କରୁଥିବା ସେ କହିଛନ୍ତି ।

ଏ ଭିତରେ ସେ ନେଟ୍ ଫ୍ଲିକ୍ସରେ ଅନେକ ଫିଲ୍ମ ଦେଖିଲେଣି । ଅନଲାଇନ ଗେମ ବି ଖେଳୁଛନ୍ତି । ଏ ନେଇ ପୁପୁଲ କହିଛନ୍ତି, ‘ବିଶେଷ କରି ପବଜି ଗେମ୍ ମୁଁ ବେଶୀ ସମୟ ଖେଳୁଛି । ଏହି ଖେଳ ଖେଳିବା ଭିତରେ ମୋର ଅନେକ ସାଙ୍ଗ ବି ହେଇଗଲେଣି ।’

ଏଥି ସହ ସେ ବୁଲା କୁକୁରମାନଙ୍କୁ ମଧ୍ୟ ଖାଇବାକୁ ଦେଉଥିବା କହିଛନ୍ତି ।

ତେବେ ପୁପୁଲ କୋଭିଡ୧୯ ପରର ସ୍ଥିତି ନେଇ ଚିନ୍ତିତ । ବିଶେଷ କରି ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଏହା ଯୋଗୁଁ ବହୁତ କ୍ଷତି ସହିବାକୁ ଯାଉଥିବାରୁ ଏଥିରୁ କିପରି ବର୍ତ୍ତି ହେବ ସେ ନେଇ ଚିନ୍ତା କରିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି ।

Leave A Reply

Your email address will not be published.